ମୋବାଇଲ ଚୋରି ଅଭିଯୋଗ, ଜଣେ ଗିରଫ - NILACHALA SAMACHAR
Article Image

ମୋବାଇଲ ଚୋରି ଅଭିଯୋଗ, ଜଣେ ଗିରଫ

🗂 Crime | 🕒 28 Dec 2025, 23:29 IST


ପୁରୀ, ୨୮/୧୨ : ମୋବାଇଲ ଚୋରି କରିବା ଅଭିଯୋଗରେ କୁମ୍ଭାରପଡା ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ୩ଟି ଚୋରି ମୋବାଇଲ ଜବତ କରିଛି l ଅଭିଯୁକ୍ତ ଜଣକ କୁମ୍ଭାରପଡା ଥାନା ଅନ୍ତର୍ଗତ ତଳମାଳିସହିର ଅକ୍ଷୟ ଓରଫ ଅଶୋକ ପଲେଇ ୨୮ l ମୋବାଇଲ ଚୋରି ନେଇ ଯାଜପୁର ଜିଲ୍ଲାର ସରିତା ନାୟକ ନାମ୍ନୀ ଜଣେ ମହିଳା ପର୍ଯ୍ୟଟକ ଥାନାରେ ଅଭିଯୋଗ କରିଥିଲେ l ସେ ଅଭିଯୋଗ କରିଥିଲେ ଯେ ତାଙ୍କର ପରିବାର ସହ ଗତ ୨୭ତାରିଖରେ ପୁରୀ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଆସିଥିଲେ l ଉକ୍ତ ଦିନ ସକାଳେ ବସଷ୍ଟାଣ୍ଡ ପରିସରରେ ଥିବା ଶୌଚାଳୟକୁ ଯାଇଥିଲେ l ତାଙ୍କର ବ୍ୟାଗ ବାହାରେ ରଖିଥିଲେ l ଏହି ସମୟରେ କେହି ଦୁର୍ବୁତ୍ତ ବ୍ୟାଗ ଭିତରୁ ୩ଟି ମୋବାଇଲ ଚୋରି କରି ନେଇଥିବା ନେଇ ସେ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ ଥାନାରେ ୫୯୫/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା l ତଦନ୍ତ ପରେ ଅଭିଯୁକ୍ତକୁ ଗିରଫ କରାଯାଇ ମୋବାଇଲ ଜବତ କରାଯାଇ ଅଭିଯୁକ୍ତକୁ ରବିବାର କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: