ଐତିହ୍ୟ ଗ୍ରାମ ରଘୁରାଜପୁର ଦେଖି ଅଭିଭୂତ ହେଲେ ନିର୍ବାଚନ କମିଶନର। - NILACHALA SAMACHAR
Article Image

ଐତିହ୍ୟ ଗ୍ରାମ ରଘୁରାଜପୁର ଦେଖି ଅଭିଭୂତ ହେଲେ ନିର୍ବାଚନ କମିଶନର।

🗂 Local | 🕒 28 Dec 2025, 23:34 IST



ପୁରୀ୨୮/୧୨ : ଐତିହ୍ୟ କଳାଗ୍ରାମ ରଘୁରାଜପୁର କୁ ପରିଦର୍ଶନ କରି ଅଭିଭୂତ ହୋଇଛନ୍ତି ଭାରତର ନିର୍ବାଚନ କମିଶନର ଜ୍ଞାନେଶ କୁମାର।ଆଜି ପୂର୍ବାହ୍ନରେ କମିଶନର ଜ୍ଞାନେଶ କୁମାର ଓ ତାଙ୍କ ପରିବାର ରଘୁରାଜପୁର ଗ୍ରାମରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ସ୍ବାଗତ କରିଥିଲେ।ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ସନ୍ଥଗୋପାଳନ,ଜିଲ୍ଲାପାଳ ଶ୍ରୀ ପରିଡା କମିଶନର ଙ୍କୁ ରଘୁରାଜପୁର ର କଳାକୃତି କୁ ବୁଲାଇ ଦେଖାଇ ଥିଲେ।କମିଶନର ପ୍ରତ୍ୟେକ ଘରେ କଳା କୃତି ଦେଖି ବିସ୍ମିତ ହେବା ସହ ଆନନ୍ଦ ପ୍ରକାଶ କରିଥିଲେ।ଶିଳ୍ପୀ ମାନଙ୍କ ସହ ବାର୍ତ୍ତାଳାପ କରି ପଟ୍ଟଚିତ୍ର ର ପ୍ରସ୍ତୁତି ପ୍ରଣାଳୀ, ପ୍ରସ୍ତୁତ ହୋଇଥିବା ଚିତ୍ର ର ବିଷୟ ବସ୍ତୁ ସମ୍ପର୍କରେ ପଚାରି ବୁଝି ଥିଲେ।ପରେ କମିଶନର ଗୋଟି ପୁଅ ନୃତ୍ୟ ଦେଖିଥିଲେ।ନିଜ ପ୍ରତିକ୍ରିୟା ରେ କମିଶନର ରଘୁରାଜପୁର ର କଳାକୃତି ଓ ଗୋଟିପୁଅ ନୃତ୍ୟ ଦେଖି ଅତ୍ୟନ୍ତ ଖୁସି ଓ ଓଡିଶା ଭଳି ଏକ ପ୍ରାଚୀନ ରାଜ୍ୟ ରେ ଏଭଳି ପାରମ୍ପରିକ କଳାକୁ ପ୍ରାଧାନ୍ୟ ଅତ୍ୟନ୍ତ ଆନନ୍ଦର କଥା ବୋଲି କହିବା ସହ ସମସ୍ତ ଶିଳ୍ପୀ ଓ କଳାକାର ନମସ୍ୟ ବୋଲି କହିଥିଲେ।ଏହିଭଳି ସୁନ୍ଦର କଳାକୁ ଭାରତର ଜନ ସାଧାରଣ ଦେଖି ବାକୁ ଓ କଳାକାର ଙ୍କୁ ଉତ୍ସାହିତ କରିବାକୁ କମିଶନର ମତ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଏସପି ପ୍ରତୀକ ସିଂ,ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର,ଅତିରିକ୍ତ ସଚିବ ଗୋପୀନାଥ କୁଅଁର,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ ଲକ୍ଷ୍ମୀ ପ୍ରସାଦ ସାହୁ,ଅନାମିକା ସିଂ,ଅତିରିକ୍ତ ଏସପି ସଚିନ ପଟେଲ, ସୌମ୍ୟ ରଞ୍ଜନ ମଲ୍ଲିକ,ସଦର ବିଡିଓ ସସମ୍ବିତ ଶତପଥୀ, ତହସିଲଦାର ଅଭିଷେକ ଦାଶ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

💬 Leave a Comment

🗨️ Approved Comments

No comments yet.

🔗 Share this article: