ସ୍କୁଟରକୁ ଧକ୍କା ଦେଇ ଘୋଷାଡି ନେଲା ବୋଲେରୋ : ଜଣେ ମୃତ, ଦୁଇ ଗୁରୁତର - NILACHALA SAMACHAR
Article Image

ସ୍କୁଟରକୁ ଧକ୍କା ଦେଇ ଘୋଷାଡି ନେଲା ବୋଲେରୋ : ଜଣେ ମୃତ, ଦୁଇ ଗୁରୁତର

🗂 Local | 🕒 02 Jan 2026, 14:31 IST




ପୁରୀ ୨/୧: ଜେଜେ ଆଗରେ ନାତିର ମୃତ୍ୟୁ। ଜେଜେ ଆଗରେ ନାତିକୁ ଘୋଷାରି ନେଲା ବୋଲେରୋ ଏଭଳି ଏକ ହୃଦୟବିଦାରକ ସଡକ ଦୁର୍ଘଟଣା ପୁରୀ ବଡଦାଣ୍ଡରେ ଘଟିଛି। କିଛି ସମୟ ପୂର୍ବରୁ ପୁରୀ ବଳଗଣ୍ଡି ଛକରେ ସିରିଜ୍ ଦୁର୍ଘଟଣା। ସ୍କୁଟି କୁ ଘୋଷାଡି ନେଲା ବୋଲେରୋ। ବୋଲେରୋ ଧକ୍କାରେ ସ୍କୁଟିରେ ଥିବା ତିନିଜଣ ଗୁରୁତର‌। ଜଣେ ନାବାଳକର ମୃତ୍ୟୁ। ମୃତ ନାବାଳକ ଟାଉନ ଥାନା ଅଞ୍ଚଳର ଶ୍ରେୟାନ୍ସ ଦେ। ଅନ୍ୟ ଦୁଇଜଣଙ୍କ ଚିକିତ୍ସା ଜାରି। ଘଟଣାସ୍ଥଳରେ ପୋଲିସ ମୁତୟନ। ତେବେ ଆଜି ସକାଳେ ଘଟିଛି ଅଭାବନୀୟ ଘଟଣା। ଟାଉନଥାନା କୁମୁଟିସାହୀ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ନାତି ଓ ଅନ୍ୟ ଜଣେ ପିଲାକୁ ସ୍କୁଟିରେ ନେଇ ବଡ଼ଦାଣ୍ଡରେ ମେଡିକାଲ ଛକ ଆଡୁ ଆସୁଥିବା ବେଳେ ଭକ୍ତ ସାଲବେଗ ମନ୍ଦିର ନିକଟରେ ପଛ ଆଡ଼ୁ ଆସୁଥିବା ବୋଲେରୋ ଧକ୍କା ଦେଇଥିଲା। ସ୍କୁଟିକୁ ବଳଗଣ୍ଡି ଛକ ପର୍ଯ୍ୟନ୍ତ ଘୋଷାଡି ନେଇଥିଲା ଫଳରେ ଘଟଣାସ୍ଥଳରେ ଶ୍ରୀଆନ୍ସୁ ଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇ ପୁରୀ ସଦର ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ସେପଟେ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି।ଦୁର୍ଘଟଣାଗ୍ରସ୍ତ ଗାଡି ଜବତ ହେବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖାଯାଇଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: