🗂 Art & Culture | 🕒 03 Jan 2026, 15:04 IST
ପୁରୀ, ୩/୧ : ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଶ୍ରୀମନ୍ଦିର ଭିତର ଭଅଣ୍ଡ ଦ୍ୱାର ବା ଭୋଗ ମଣ୍ଡପ ଦ୍ୱାର ନିକଟରେ ରହିଥିଲା ଜୋତା। ଯାହାକୁ ଜଣେ ସେବାୟତ ଦେଖିବା ପରେ ମନ୍ଦିର ଭିତରୁ ହାତରେ ଜୋତା ଧରି ବାହାରକୁ ଆଣି ପୋଲିସକୁ ଜଣାଇବା ପରେ ଘରକୁ ନେଇଗଲେ ବୋଲି କହିଛନ୍ତି। ଏତେ ସୁରକ୍ଷା ଥାଇ ମଧ୍ୟ ତେବେ ଜୋତାଟି ଭଅଣ୍ଡ ଦ୍ୱାର ପର୍ଯ୍ୟନ୍ତ ଗଲା କେମିତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି l ଶ୍ରୀମନ୍ଦିରକୁ ଜୋତା, ଚପଲ, ଚମଡା ଜାତୀୟ ବେଲ୍ଟ ଆଦି ବାରଣ ରହିଥିବା ବେଲେ କିଏ ଏଭଳି ଜୋତା ପିନ୍ଧି ସତପାହାଚ ଦେଇ ଭଣ୍ଡ ଦ୍ୱାର ପର୍ଯ୍ୟନ୍ତ ପଳେଇଥିଲେ। ତେବେ ଏତେ ସଂଖ୍ୟକ ପୋଲିସ ପୁଣି ଚାରିଦ୍ୱାରରେ ପ୍ରତିହାରୀ ସେବାୟତ, ଜେଟିପି ଆଦି ମୁତୟନ ଥିବା ସତ୍ୱେ ଜୋତା ପିନ୍ଧି ଗଲେ କେମିତି। ସେପଟେ ଶ୍ରୀମନ୍ଦିର ଭିତରେ ଭଅଣ୍ଡ ଦ୍ୱାର ନିକଟରେ ଜୋତା ଥୁଆ ହୋଇଥିବା ଦେଖାଯାଉଛି। ତେବେ ଏହାର ତଦନ୍ତ ହେବା ସହ ସିସିଟିଭି ଯାଞ୍ଚ ହେବା ଦରକାର ବୋଲି କହିଛନ୍ତି ସେବାୟତ।
No comments yet.