🗂 Art & Culture | 🕒 04 Jan 2026, 15:46 IST
ପୁରୀ ୪/୧ :ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା । ମୁହାଁମୁହିଁ ହେଲେ ଶ୍ରୀମନ୍ଦିର କମାଣ୍ଡର ଏବଂ ସ୍ଵତନ୍ତ୍ର ସୁରକ୍ଷାକର୍ମୀ । ଶ୍ରୀମନ୍ଦିର ୭ ପାହାଚ ପୂର୍ବରୁ କୀର୍ତ୍ତନ ଚକଡ଼ାରେ ଶ୍ରୀମନ୍ଦିର କମାଣ୍ଡର ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡକୁ ନେଇ ସୃଷ୍ଟି ହୋଇଛି ଅପ୍ରୀତିକର ପରିସ୍ଥିତି । ସୁରକ୍ଷାକର୍ମୀଙ୍କ ପ୍ରୋଟୋକଲ୍ ଦର୍ଶନକୁ ନେଇ ଶ୍ରୀମନ୍ଦିର କମାଣ୍ଡର ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି ।
<ବ୍ୟାରିକେଡ୍ରେ ସୁରକ୍ଷାକର୍ମୀଙ୍କ ପ୍ରୋଟୋକଲ୍ ଦର୍ଶନକୁ ବିରୋଧ କରିଛନ୍ତି ଶ୍ରୀମନ୍ଦିର କମାଣ୍ଡର ସୁଧାଂଶୁ ପଟ୍ଟନାୟକ ଏବଂ ସେବାୟତ । ଯାହାକୁ ନେଇ ଶ୍ରୀମନ୍ଦିର ଭିତରେ ଠେଲାପେଲା ସ୍ଥିତି ସୃଷ୍ଟି ହୋଇଛି । ମନ୍ଦିର କମାଣ୍ଡାରଙ୍କୁ ସ୍ୱତନ୍ତ୍ର ସୁରକ୍ଷାକର୍ମୀ ଧକ୍କା ମାରିବା ସହଗାଳିମନ୍ଦ କରିଥିବା ଅଭିଯୋଗ ହୋଇଛି ।<ଯାହାକୁ ନେଇ ସେବକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମଧ୍ୟ ଯୁକ୍ତିତର୍କ ହୋଇଛି । ସେବକ ମାନେ ସାତପାହାଚ ଧାଡ଼ି ଦର୍ଶନ ବନ୍ଦ ରଖିଛନ୍ତି । ସକାଳଧୂପ ପରେ ଦର୍ଶନ ବନ୍ଦ ରହିଥିଲା । ବୁଝାସୁଝା ପରେ ଦର୍ଶନ ସ୍ଵାଭାବିକ ହୋଇଛି ।
ଯାହାପରେ ବନ୍ଦ ବ୍ୟାରିକେଡ୍ ଦେଇ ଭକ୍ତଙ୍କୁ ଛାଡ଼ିବାକୁ କହିଥିଲେ ଶ୍ରୀମନ୍ଦିର କମାଣ୍ଡର । ଜେଟିପି ସେଇ ବ୍ଯାରିକେଡ୍ ଦେଇ ଭକ୍ତଙ୍କ ଛାଡ଼ିବା ବେଳେ ପଛରେ ଥିବା କିଛି ଜେଟିପି ଆକ୍ରମଣ କରିଥିଲେ । ଆକ୍ରମଣକୁ ସେବକମାନେ ପ୍ରତିବାଦ କରିଥିଲେ । ଫଳରେ ନୀତି ପ୍ରଭାବିତ ହେବା ସହ ଦର୍ଶନ କିଛି ସମୟ ବନ୍ଦ ରହିଥିଲା ବୋଲି କହିଛନ୍ତି ଶ୍ରୀମନ୍ଦିର କମାଣ୍ଡର ।
ତେବେ ଏନେଇ ଥାନାରେ ଏତଲା ହୋଇନି । ଏନେଇ ଆମେ ଆମ କର୍ତ୍ତୃପକ୍ଷଙ୍କୁ ଜଣାଇବୁ ବୋଲି ଶ୍ରୀମନ୍ଦିର କମାଣ୍ଡର ସୁଧାଂଶୁ ଶେଖର ପଟ୍ଟନାୟକ କହିଛନ୍ତି । ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ । ରବିବାର ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ । ଭିଡ଼ ଭିତରେ ଶ୍ରୀମନ୍ଦିର କମାଣ୍ଡରଙ୍କ ସହ ସୁରକ୍ଷାକର୍ମୀଙ୍କ ଯୁକ୍ତିତର୍କ ସେବାୟତ ଓ ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଛି ।
No comments yet.