🗂 Crime | 🕒 11 Jan 2026, 11:48 IST
ପୁରୀ, ୧୧/୧ : ଚୈତନ୍ୟ ଛକ ନିକଟରେ ଭଦ୍ରକ ବନ୍ତ ଥାନା ଅଂଚଳର ରଞ୍ଜନ ଦାସ ହତ୍ୟାକାଣ୍ଡ ମାମଲାରେ ସମୁଦ୍ରକୁଳ ଥାନା ପୁଲିସ ଅଭିଯୁକ୍ତକୁଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତର ପରିଚୟ ଟାଉନ ଥାନା ଅନ୍ତର୍ଗତ ବାଲିସାହିର ବଣ୍ଟି ଓରଫ ତନ୍ମୟ ମହାପାତ୍ର ୨୭ l ଅଭିଯୁକ୍ତ ନିକଟରୁ ରକ୍ତଲଗା ବଙ୍କା ଛୁରୀ ଜବତ କରାଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ହତ୍ୟାଘଟଣା ନେଇ ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଂଚଳର ମାନସ ନାୟକ ୩୫ ଥାନାରେ ଅଭିଯୋଗ କରିଥିଲେ l ସେ ଅଭିଯୋଗ କରିଥିଲେ ଯେ ତାଙ୍କର ଜଣେ ସମ୍ପର୍କୀୟ ଟୁନା ଦେଇଙ୍କ ମୃତ ଶରୀରକୁ ଦାହ ପାଇଁ ଗତ ୮ତାରିଖ ରାତ୍ରରେ ପୁରୀ ସ୍ୱର୍ଗଦ୍ୱାରକୁ ଆଣିଥିଲେ l ତାଙ୍କର ଅନ୍ୟ ସମ୍ପର୍କୀୟ ଆନନ୍ଦ ମହାନ୍ତି, ଅଭିରାମ ବାରିକ, ସନ୍ତୋଷ ନାୟକ, ଦୟାନିଧୂ ନାୟକ, ରଞ୍ଜନ ଦାସ ଏବଂ ଡ୍ରାଇଭର ପ୍ରକାଶ ଜେନା ଏବଂ ଅନ୍ୟ ପଡ଼ୋଶୀମାନମାନେ ପୁରୀ ସ୍ୱର୍ଗଦ୍ୱାର ଆସିଥିଲେ l ଗତ ୦୮/୦୯ ତାରିଖ ମଧ୍ୟରାତ୍ରିରେ ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚିଲେ। ଶବଦାହ ପାଇଁ ଏକ ପଇଡ଼ର ଆବଶ୍ୟକତା ଥିଲା l ମୃତ ରଞ୍ଜନ ଦାସ, ଡ୍ରାଇଭର ପ୍ରକାଶ ଜେନା, ଅଭିରାମ ବାରିକଙ୍କ ସହିତ ମାନସ ନାୟକ ପଇଡ଼ ପାଇଁ ଚୈତନ୍ୟ ଛକକୁ ଆସିଥିଲେ l ପ୍ରୟ ରାତ୍ର ୧.୪୫ ସମୟରେ ସେମାନେ ତାଙ୍କର ନିଜ ନିଜ ଭାଷାରେ ଉଚ୍ଚ ସ୍ୱରରେ କଥା ହେଉଥିଲେ l ଏହି ସମୟରେ ଅଭିଯୁକ୍ତ ଆସି ସେମାନଙ୍କ ସହ ଯୁକ୍ତିତର୍କ ଲାଗିଥିଲା l ଏପରି ଭାଷା କାହିଁକି ବ୍ୟବହାର କରୁଛ ବୋଲି ଅଭିଯୁକ୍ତ ସେମାନଙ୍କୁ କହିଥିଲା l ଏନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା l ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଏକ ବଙ୍କା ଧାରୁଆ ଛୁରୀ ସାହାଯ୍ୟରେ ରଞ୍ଜନ ଦାସଙ୍କ ବାମ ପାର୍ଶ୍ୱ ବେକ ଏବଂ ମୁହଁକୁ ଆକ୍ରମଣ କରିଥିଲା l ଅଭିରାମ ବାରିକ, ଡ୍ରାଇଭର ପ୍ରକାଶ ଜେନା ପ୍ରତିବାଦ କରିଥିଲେ ମଧ୍ୟ ଅଭିଯୁକ୍ତ ସେମାନଙ୍କୁ ମଧ୍ୟ ଆକ୍ରମଣ ପାଇଁ ଗୋଡ଼ାଇ ଥିଲା l ଅଭିଯୁକ୍ତ ମଧ୍ୟ ମାନସ ନାୟକଙ୍କୁ ମଧ୍ୟ ଆକ୍ରମଣ କରିଥିଲା l ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ l ସମ୍ପର୍କୀୟ ମାନେ ଆହତ ମାନଙ୍କୁ ମେଡିକାଲ ଆଣିଥିଲେ l ଡାକ୍ତର ରଞ୍ଜନ ଦାସଙ୍କୁ ମୃତ ଘୋଷଣା କରିଥିଲେ l ମାନସ ନାୟକ ଚିକିତ୍ସିତ ହୋଇଥିଲେ l ମାନସ ନାୟକଙ୍କ ଅଭିଯୋଗ କ୍ରମେ ୯/୨୦୨୬ ନମ୍ବରରେ ହତ୍ୟା ମାମଲା ରୁଜୁ କରାଯାଇଥିଲା l ତଦନ୍ତ ପରେ ଅଭିଯୁକ୍ତ ବଣ୍ଟି ଓରଫ ତନ୍ମୟ ମହାପାତ୍ରକୁ ଗିରଫ କରାଯାଇ ଶନିବାର କୋର୍ଟ ଚାଲାଣ କରାଯାଇଥିଲା l ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ନେଇ ଜଣାଯାଇଛି l
No comments yet.