ବରିଷ୍ଠ ନାଗରିକଙ୍କ ପାଇଁ ଆଇନ ସଚେତନତା ଶିବିର - NILACHALA SAMACHAR
Article Image

ବରିଷ୍ଠ ନାଗରିକଙ୍କ ପାଇଁ ଆଇନ ସଚେତନତା ଶିବିର

🗂 Local | 🕒 13 Jan 2026, 18:29 IST


ପୁରୀ ୧୩.୦୧.ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ଠାରେ ବରିଷ୍ଠ ନାଗରିକ ମାନଙ୍କ ଲାଗି ଏକ ଆଇନ ଗତ ଅଧିକାର ଏବଂ ସୁରକ୍ଷା ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଅତିରିକ୍ତ ଜିଲ୍ଲପାଳ ପ୍ରୋଟୋକଲ ନୀଳମାଧବ ଭୋଇ ମୁଖ୍ୟ ଅଟିଥି ରୁପେ ଯୋଗ ଦେଇ ବରିଷ୍ଠ ନାଗରିକ ଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କରେ ସରକାର ଙ୍କ ମାର୍ଗଦର୍ଶିକା କୁ ଅନୁପାଳନ ସମ୍ପର୍କରେ ଆଲୋକପାତ କରିଥିଲେ।ବରିଷ୍ଠ ନାଗରିକ ମାନେ ସମାଜ ପାଇଁ ବୋଝ ନୁହନ୍ତି।ସେମାନଙ୍କ ଅନୁଭବ ଓ ଅଭିଜ୍ଞତା କୁ ଆଧାର କରି ଆମେ ସମାଜ ରେ ଅଧିକ ବିକାଶ କରି ପାରିବା ବୋଲି ସେ କହିଥିଲେ।ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଶ୍ରୀମତି ସଞ୍ଜୁ ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ର କାର୍ଯକ୍ରମ ଅଧିକାରୀ ଶ୍ରୀମତୀ ଚନ୍ଦ୍ରପ୍ରଭା ଦେଇ, ଜିଲ୍ଳା ବରିଷ୍ଠ ନାଗରିକ କମିଟି ର ସଦସ୍ୟ ହରିଶଙ୍କର ମିଶ୍ର, ଶ୍ରୀମତି ସବିତା ମିଶ୍ର, ସିଦ୍ଧାର୍ଥ ରାୟ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ନମିତା ଚାନ୍ଦ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ହେଲ୍ପ ଏଜ ଇଣ୍ଡିଆ ସ୍ବେଚ୍ଛାସେବୀ ସଂସ୍ଥା ତରଫରୁ ଶ୍ରୀମତୀ ଦେବଶ୍ରୀ ବ୍ରହ୍ମା ପିତା ମାତା ତଥା ବରିଷ୍ଠ ନଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଆଇନ, ୨୦୦୭ ରେ ଥିବା ପ୍ରାବଧାନ ସମ୍ପର୍କ ରେ ବିସ୍ତୃତ ଆଲୋଚନା କରିଥିଲେ। ସେମାନଙ୍କ ପାଇଁ ରହିଥିବା ବ୍ୟବସ୍ଥା ଓ ସୁରକ୍ଷା ଆଇନ ସମ୍ପର୍କରେ ଅବଗତ ହେବା ସହ ଆବଶ୍ୟକତା ସମୟରେ ତାହାର ଉପଯୋଗ ପାଇଁ ସେ ମତ ବ୍ୟକ୍ତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ନିଳାଚଳ ବରିଷ୍ଠ ନାଗରିକ ସଂଘର ସଭାପତି ବିରେନ୍ଦ୍ର ଭୂଷଣ ହୋତା, ସହ ସମ୍ପାଦକ ବିଦ୍ୟୁତ ଲତା ଆଚାର୍ଯ୍ୟ, ସତ୍ୟବାଦୀ ବିକାଶ ମଞ୍ଚ ର ସଭାପତି ଗୁଣ୍ଡିଚା ବରାଳ,ବରିଷ୍ଠ ନାଗରିକ ସନ୍ତୋଷ କୁମାର ମହାନ୍ତି, ଦେବେନ୍ଦ୍ର ନାଥ ଦାଶ,

ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ ତଥା ସହରାଞ୍ଚଳ ରୁ ବରିଷ୍ଠ ନାଗରିକ ମାନେ ଉକ୍ତ ସଚେତନତା ଶିବିରରେ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ ଓ ବିବିଧ ପ୍ରସ୍ତାବ ଦେଇଥିଲେ।

💬 Leave a Comment

🗨️ Approved Comments

No comments yet.

🔗 Share this article: