🗂 Crime | 🕒 15 Jan 2026, 15:48 IST
ପୁରୀ, ୧୫/୧ : ବ୍ରାଉସୁଗାର କାରବାର ଅଭିଯୋଗରେ ଟାଉନ ଥାନା ପୁଲିସ ୨ ଜଣକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଦ୍ବୟ ହେଲେ ବିଶେଶ୍ୱରୀଲେନର ଚିକୁ ଭୋଇ ୨୬ ଓ ବଳଭଦ୍ରଲେନ ଚୌଧୁରୀପଡିଆ ନିକଟର ଜୀବନ ଓରଫ ଜ୍ଞାନରଞ୍ଜନ ଦାସ ୨୪ l ଅଭିଯୁକ୍ତ ନିକଟରୁ ୨୦. ୫୦ଗ୍ରାମ ବ୍ରାଉନସୁଗାର, ୬, ୫୨୦ଟଙ୍କା, ୩ଟି ମୋବାଇଲ ଜବତ କରିଛି ପୁଲିସ l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଅଭିଯୁକ୍ତ ଚିକୁ ଭୋଇ ବ୍ରାଉନ ସୁଗାର ସପ୍ଲାଇ କରେ l ଚିକୁ ବ୍ରାଉନ ସୁଗାର ଆଣି ଜୀବନକୁ କାରବାର ପାଇଁ ଦେଉଥିବା ବେଳେ ପୁଲିସ ବିଶେଷ ସୂତ୍ରରୁ ଖବର ପାଇଁ ଘଟଣା ସ୍ଥଳରୁ ଗିରଫ କରିଥିଲା l ଏନଡିପିଏସ ଆକ୍ଟରେ ୨୭/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ବୟକୁ କୋର୍ଟ ଚାଲାଣ କରାଯାଇଥିଲା l ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ନେଇ ଜଣାଯାଇଛି l
No comments yet.