ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ଆନନ୍ଦବଜାରରେ ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଗପିବାର ଭିଡିଓ ଭାଇରାଲ୍ - NILACHALA SAMACHAR
Article Image

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ଆନନ୍ଦବଜାରରେ ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଗପିବାର ଭିଡିଓ ଭାଇରାଲ୍

🗂 Local | 🕒 15 Jan 2026, 16:07 IST

ପୁରୀ ୧୫/୧ : ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ଶ୍ରୀମନ୍ଦିର ଭିତରେ ମୋବାଇଲ ଭିଡିଓ ଭାଇରାଲ୍ । କଟକଣା ସତ୍ତ୍ୱେ କଡା ସୁରକ୍ଷା ଭିତରେ ଶ୍ରୀମନ୍ଦିର ଆନନ୍ଦ ବଜାର ଭିତରେ ମୋବାଇଲ ଧରି ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଗପୁ ଥିବାର ଭିଡିଓ ଭାଇରାଲ୍ ହୋଇଛି । ଶ୍ରୀମନ୍ଦିର ଆନନ୍ଦ ବଜାର ,ଚାହାଣି ମଣ୍ଡପ ନିକଟରେ ସେହି ବ୍ୟକ୍ତି ମୋବାଇଲ ଧରି ଗପୁଥିବାର ଭିଡିଓ ଭାଇରଲ ହୋଇଛି ।

ତେବେ ସଂପୃକ୍ତ ବ୍ୟକ୍ତିଙ୍କ ଫଟୋ କିଏ ଉଠାଇଲା ତାହା ସ୍ପଷ୍ଟ ହୋଇନି। ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନି ।


💬 Leave a Comment

🗨️ Approved Comments

No comments yet.

🔗 Share this article: