ଜଗନ୍ନାଥ ଦର୍ଶନ କଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟି - NILACHALA SAMACHAR
Article Image

ଜଗନ୍ନାଥ ଦର୍ଶନ କଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟି

🗂 Local | 🕒 16 Jan 2026, 23:41 IST


ପୁରୀ, ୧୬/୧ : ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟି ପରିବାର ସହ ଆଜି ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।ସୁରକ୍ଷା ମଧ୍ୟରେ ସେ ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପହଞ୍ଚିବା ପରେ ତାଙ୍କ କୌଳିକ ପଣ୍ଡାଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା।ସେ ତାଙ୍କ ମା ସୁନନ୍ଦା ସେଟ୍ଟି, ପରିବାରର ଅନ୍ୟ ସଦସ୍ୟ ଆକାଂକ୍ଷା ଅଗ୍ରୱାଲ ,ରବି କୁମାର ଓ ଅନ୍ୟ ମାନଙ୍କ ସହ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରି ବାଇଶି ପାହାଚ ଦେଇ ଯାଇଥିଲେ।ସେ ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ।ଏଥିସହ ମା ବିମଳା ,ମା ମହାଲକ୍ଷ୍ମୀ ଓ ଅନ୍ୟ ପାର୍ଶ୍ଵ ଦେବା ଦେବୀଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ।ସେ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଶ୍ରୀମନ୍ଦିର ଭିତରେ ବିତାଇଥିଲେ।ତାଙ୍କ କୌଳିକ ପଣ୍ଡା ଇପ୍ସିତ ପ୍ରତିହାରୀ ସକାଳ ଧୂପରେ ବାହାରିଥିବା ମହାପ୍ରଭୁଙ୍କ ଖେଚୁଡ଼ି ଭୋଗ ଦେଇଥିଲେ।ଶିଳ୍ପାଙ୍କ ମା ପୂର୍ବରୁ ପୁରୀ ଆସି ରତ୍ନସିଂହାସନ ପାଖକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।ମହାପ୍ରଭୁଙ୍କ ଡାକରା ପାଇଁ ଆଜି ପୁରୀ ଆସି ଦର୍ଶନ କରିବାର ସୌଭାଗ୍ୟ ମିଳିଲା।ଦର୍ଶନ କରି ସେ ଆଜି ବେଶ୍ ,ଖୁସି ଓ ଆନନ୍ଦିତ। ଜୟ ଜଗନ୍ନାଥ ଧ୍ବନି ଦେଇ ସେ କହିଥିଲେ ଚାରି ଧାମ ଯାତ୍ରା ମଧ୍ୟରୁ ଏହା ଶ୍ରେଷ୍ଠ ଧାମ ବୋଲି ଦର୍ଶନ ପରେ ପ୍ରତିକ୍ରିୟା ଦେଇ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଏହା କହିଛନ୍ତି ।ଏଠାକାର ପ୍ରଶାସନ ମଧ୍ୟ ବେଶ୍ ସହଯୋଗ କରିଛି।ତେବେ ତାଙ୍କର ଆଗାମୀ ଚଳଚ୍ଚିତ୍ର ଦି ଡେଭିଲ୍ ନେଇ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।ଶିଳ୍ପା ଙ୍କୁ ଦେଖିବା ପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ପାଖରେ ଲୋକଙ୍କ ବେଶ୍ ଭିଡ ଲାଗିଥିଲା।

💬 Leave a Comment

🗨️ Approved Comments

No comments yet.

🔗 Share this article: