ଡକାୟତି ଯୋଜନା ପଣ୍ଡ, କଣାସ ଥାନା ଦ୍ୱାରା ୫ ଗିରଫ - NILACHALA SAMACHAR
Article Image

ଡକାୟତି ଯୋଜନା ପଣ୍ଡ, କଣାସ ଥାନା ଦ୍ୱାରା ୫ ଗିରଫ

🗂 Crime | 🕒 17 Jan 2026, 00:20 IST


ପୁରୀ, ୧୬/୧ : ଜଙ୍କିଆ ବେଣା ଗାଁ ରାସ୍ତାର ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି କଣାସ ଥାନା ପୁଲିସ l ଏକ ନିଛାଟିଆ ଘର ପାଖରେ   ବଡ ଧରଣର ଡକାୟତି ପାଇଁ ଯୋଜନା ପ୍ରସ୍ତୁତ ବେଳେ ବିଶେଷ ସୂତ୍ରରୁ ଖବର ପାଇ କଣାସ ଥାନା ପୋଲିସ ଚଢ଼ାଉ କରି ବିଭିନ୍ନ ମାରଣାସ୍ତ୍ର ଓ ମଟର ସାଇକେଲ ସହ ସେମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଂଚଳର ପ୍ରିତମ କୁମାର ଦାସ ୨୦, ଗୁଡ଼ୁ ଓରଫ ଅନ୍ତର୍ଯ୍ୟାମୀ ବଳିୟାରସିଂ ୨୧, ନିରାକାରପୁର ଥାନା ଅଂଚଳର ବିକି ଓରଫ ଚିନ୍ମୟ କୁମାର ନାୟକ ୨୩, ଶୁଭମ ଓରଫ ସୁବାଶିଷ ମାଣିଆ ୧୯ ଓ ଗଡିଶାଗୋଦା ଥାନା ଅଂଚଳର ତପୁ ଓରଫ ସୁଶୀଲ କୁମାର ମାର୍ଥା ୨୪ l ଅଭିଯୁକ୍ତଙ୍କ ନିକଟରୁ ୩ଟି ଆଇରନ ରଡ଼, ଏକ ଛୁରୀ, ଫାର୍ସl ଓ ଦୁଇଟି ମୋବାଇଲ ଜବତ କରିଛି ପୁଲିସ l ୧୫/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: