🗂 Crime | 🕒 17 Jan 2026, 00:40 IST
ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ତାଳବଣିଆ ଅଞ୍ଚଳର ସୁଜିତ ନାୟକ, ନାରାୟଣ ପ୍ରଧାନ, ସଦର ଥାନା ଅନ୍ତର୍ଗତ ନୀଳଚକ୍ର ନଗରର ଦୀପକ ପଣ୍ଡା, ଖୋର୍ଦ୍ଧାର ବିଭୂତି ଭୂଷଣ ପଟ୍ଟନାୟକ, ବ୍ରହ୍ମଗିରିର ଶିବପ୍ରସାଦ ସେଠୀ, ପପୁନ୍ ସୁନ୍ଦରା ଏବଂ ବିଶେଶ୍ବର ନାୟକ। ଖୋର୍ଦ୍ଧାରୁ ଅଭିଯୁକ୍ତ ମାନେ ବ୍ରାଉନ ସୁଗାର ଆଣି ପୁରୀରେ ବିକ୍ରି କରିବା ପାଇଁ ଯୋଜନା କରିଥିଲେ। ସେପଟେ ପୁରୀ ପୋଲିସର ଏଭଳି ସଫଳତାକୁ ସ୍ବାଗତ କରିଛନ୍ତି ସେବାୟତ ଓ ମଠାଧୀଶ। ପୁରୀରେ ନିଶା କାରବାର କରୁଥିବା ଅସାମାଜିକ ବ୍ୟକ୍ତିଙ୍କ ଉପରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ପୁରୀ ସହରକୁ ନିଶାମୁକ୍ତ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
ତେବେ ପୁରୀ ଏକ ଆଧ୍ୟାତ୍ମିକ ତଥା ଧାର୍ମିକ ସହର ହୋଇଥିବାରୁ ପ୍ରତିଦିନ ଏଠାକୁ ହଜାର ହଜାର ପର୍ଯ୍ୟଟକ ଓ ଭକ୍ତ ଆସୁଛନ୍ତି। ପୁରୀରେ ନିଶା କାରବାର କରୁଥିବା ମାଫିଆ ମାନଙ୍କ ଉପରେ ପୋଲିସ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ନିଶା ମାଫିଆଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ସେମାନଙ୍କ ଗତିବିଧି ଉପରେ ପୋଲିସ ନଜର ରଖିଛି ବୋଲି ଏସପି କହିଛନ୍ତି। ପୁରୀ ସହରରେ ନିଶା କାରବାରକୁ ଆଦୌ ପ୍ରସୟ ଦିଆଯିବନି ବୋଲି କହିଛନ୍ତି ପୁରୀ ଏସପି ।
ସେପଟେ ପୁରୀ ପୋଲିସ ବ୍ରାଉନ ସୁଗାର ମାଫିଆଙ୍କୁ ଧରି ବାଃ ବାଃ ନେବା ପାଇଁ ଚେଷ୍ଟା କରୁଥିବା ବେଳେ ପୁରୀ ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ, ତାଳବଣିଆ ସହିତ ସମୁଦ୍ର କୂଳ ଏବଂ ବିଭିନ୍ନ ବସ୍ତିରେ ଖୁଲମଖୁଲା ନିଶା ସାମଗ୍ରୀ ବିକ୍ରି ହେଉଛି । ନିଶାଖୋର ମାନେ କୋରେକ୍ସ, ବ୍ରାଉନ ସୁଗାର, ଗଞ୍ଜେଇ, ଅଫିମ ସହ ନିଶା ବଟିକା ଖାଇ ପର୍ଯ୍ୟଟକ ଓ ପୁରୀ ସହରବାସୀଙ୍କ ଠାରୁ ବିଭିନ୍ନ ସମୟରେ ଲୁଟପାଟ କରୁଛନ୍ତି । ଏଣୁ ବିଭିନ୍ନ ଥାନା ପକ୍ଷରୁ କଡାକଡି ପାଟ୍ରୋଲିଂ ସହ ଉକ୍ତ ସ୍ଥାନ ମାନଙ୍କରେ ସାଦା ପୋଷାକଧାରୀ ପୋଲିସ ମୁତୟନ ହେବା ଆବଶ୍ୟକ ରହିଛି । ସେପଟେ ପୁରୀ ଏସପି କହିଛନ୍ତି ନିଶା ମାଫିଆଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ଖୁବଶୀଘ୍ର ସେମାନଙ୍କ ଉପରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ।
ନିଶା କାରବାର ଉପରେ ରୋକ୍ ଲଗାଇବା ପାଇଁ ପୁରୀ ପୋଲିସ ଅନେକ ପଦକ୍ଷେପ ଗ୍ରହଣ କରୁଛି । କିନ୍ତୁ କିଛି ଅସାଧୁ ପୋଲିସ ନିଶା ମାଫିଆଙ୍କ ସହିତ ସମ୍ପର୍କ ରଖିଥିବା ବେଳେ ପୁରୀ ଏସପି ସେମାନଙ୍କ ଉପରେ ତୀକ୍ଷ୍ମ ନଜର ରଖି ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।
No comments yet.