ମହାପ୍ରଭୁଙ୍କୁ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଲାଗିଛି ଶ୍ରଦ୍ଧାଳୁଙ୍କ ଧାଡ଼ି, - NILACHALA SAMACHAR
Article Image

ମହାପ୍ରଭୁଙ୍କୁ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଲାଗିଛି ଶ୍ରଦ୍ଧାଳୁଙ୍କ ଧାଡ଼ି,

🗂 Art & Culture | 🕒 17 Jan 2026, 16:35 IST

ପୁରୀ ୧୭।୧: ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର ଆସିଥିବା ଶ୍ରଦ୍ଧାଳୁଙ୍କ ଧାଡ଼ି ଲାଗିଛି ବଡ଼ଦାଣ୍ଡରେ । ମହାପ୍ରଭୁଙ୍କ ସକାଳ ଧୂପ ନୀତି ଚାଲିଥିବାରୁ ଦୀର୍ଘ ସମୟ ଧରି ଶ୍ରଦ୍ଧାଳୁଙ୍କୁ ବଡ଼ଦାଣ୍ଡରେ ଧାଡ଼ିରେ ଠିଆ ହୋଇ ଅପେକ୍ଷା କରିବାକୁ ପଡିଛି। ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ଯୋଗୁଁ ଶ୍ରୀକୃଷ୍ଣ ସିନେମା ଗଳି ପର୍ଯ୍ୟନ୍ତ ଧାଡ଼ି ଲାଗିଛି। ତେବେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। କିନ୍ତୁ ବୟସ୍କ ବ୍ୟକ୍ତି ଦୀର୍ଘ ସମୟ ଧରି ଧାଡ଼ିରେ ଠିଆ ହେବା ସମ୍ଭବ ନୁହେଁ। ଦିବ୍ୟାଙ୍ଗ ତଥା ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ପାଇଁ ଦାବି ହୋଇଛି। ସେହିପରି ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତି କାନ୍ତି ହୋଇପାରୁନଥିବା ଯୋଗୁ ଭକ୍ତମାନେ କଲବଲ ହେଉଥିବା ଅଭିଯୋଗ ହୋଇଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: