🗂 Crime | 🕒 18 Jan 2026, 02:07 IST
ପୁରୀ, ୧୭/୧ : ବଳଗଣ୍ଡି ଟ୍ରାଫିକ ଠାରେ ଜଣେ କାର୍ଯ୍ୟରତ ହୋମଗାର୍ଡଙ୍କୁ ଆକ୍ରମଣ କରିବା ଅଭିଯୋଗରେ କୁମ୍ଭାରପଡା ଥାନା ପୁଲିସ ବାପ ପୁଅ କୋର୍ଟ ଚାଲାଣ l ଅଭିଯୁକ୍ତ ବାପପୁଅ ହେଲେ ବାସେଳୀସାହି ଥାନା ଅନ୍ତର୍ଗତ ପାଇକସାହିର ଦିଲ୍ଲୀପ କୁମାର ତ୍ରିପାଠୀ ୪୫ ଓ ତାଙ୍କ ପୁତ୍ର ଭୀମେଶ୍ୱର ତ୍ରିପାଠୀ ୧୯ l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଗତ ୧୬ ତାରିଖରେ ବଳଗଣ୍ଡି ଛକ ଟ୍ରାଫିକରେ କାର୍ଯ୍ୟରତ ଥିବା ହୋମଗାର୍ଡ କପିଳେଶ୍ୱରପୁର ବିନ୍ଧେଇବସ୍ତର ପ୍ରଶାନ୍ତ କୁମାର ସାହୁ ଥାନାରେ ଅଭିଯୋଗ କରିଥିଲେ l ସେ ଅଭିଯୋଗ କରିଥିଲେ ଯେ ଉକ୍ତ ଦିନ ଅପରାହ୍ନରେ ବଳଗଣ୍ଡି ଛକ ଟ୍ରାଫିକ ଠାରେ କାର୍ଯ୍ୟରତ ଥିବା ବେଳେ ବାପପୁଅ ଭୁଲ ରାସ୍ତାରେ ଅଟୋ ନେଇ ଆସିଥିଲେ l ନିୟମ ଉଲ୍ଲଙ୍ଘନ କରିଥିବା ନେଇ ହୋମଗାର୍ଡ ଜଣକ ତାଙ୍କୁ ବାରଣ କରିଥିଲେ l ଏଥିରେ ଉଭୟଙ୍କ ମଧ୍ୟରେ ଯୁକ୍ତି ବଢିଥିଲା l ପରେ ବାପପୁଅ ତାଙ୍କର ଅଟକୁ ରାସ୍ତା ମଝିରେ ଅଟକାଇ ହୋମଗାର୍ଡଙ୍କୁ ଆକ୍ରମଣ କରିଥିଲେ l ହୋମଗାର୍ଡଙ୍କ ଅଭିଯୋଗ କ୍ରମେ କୁମ୍ଭାରପଡା ଥାନାରେ ୩୩/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ବାପପୁଅଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିଲା l
No comments yet.