🗂 Crime | 🕒 21 Jan 2026, 07:40 IST
ପୁରୀ, ୨୦/୧ : କୁମ୍ଭାରପଡା ଥାନା ପୁଲିସ ବିପୁଳ ପରିମାଣରେ ୩୭୦ଟି ଏସକଫ ସିରଫ ବୋତଲ ଜବତ କରିବା ସହ ୨ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଋଲାଣ କରିଛି ଅଭିଯୁକ୍ତ ଦ୍ଵୟ ହେଲେ ଗଜପତି ନଗରର ରାମ ଓରଫ ପ୍ରଭାତ ଜେନା ୩୪ ଓ ଅବକାଶ ଲେନର ପ୍ରତାପ କୁମର ହାତି ୪୩ ଅଭିଯୁକ୍ତ ଠାରୁ ୩୭୦ ଏସକଫ ସିରଫ ବୋତଲ ସହ ୩ଟି ମୋବାଇଲ ଓ ଓଡି ୧୩ସି ୮୬୮୨ ନମ୍ବର ବିଶିଷ୍ଟ ସ୍କୁଟି ଜବତ କରାଯାଇଛି। ବେଅ।ଇନ ଭାବେ ବିପୁଳ ପରିମାଣର ଏସକଫ ସିରଫ କାରବାର ହେବା ନେଇ ପୁଲିସ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା ପରେ ଅବକାଶ ଲେନ ଠାରେ ପୁଲିସ ଚଢ଼ାଉ କରି ଏସକଫ ସିରଫ ଜବତ କରିଥିଲା । ୨ ଅଭିଯୁକ୍ତକୁ ଗିରଫ ପରେ ୩୫/ ୨୦ ୨୬ ନମ୍ବର ମାମଲା ରୁଜୁ କରାଯାଇ ସୋମବାର କୋର୍ଟ ଋଲାଣ କରାଯାଇଥିଲା ।
No comments yet.