🗂 Crime | 🕒 23 Jan 2026, 15:18 IST
ପୁରୀ, ୨୨/୧ : ବୁଧବାର ସନ୍ଧ୍ୟାରେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ିଥିବା ବେଳେ ଆଜି ପୁଣି ଶ୍ରୀମନ୍ଦିର ପରିକ୍ରମା ପରିସର ଉପରେ ଏକ ଡ୍ରୋନ ଉଡ଼ୁଥିବାର ନଜରକୁ ଆସିଥିଲା ସଙ୍ଗେ ସଙ୍ଗେ ପୋଲିସ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଏସ୍ପି ପ୍ରତୀକ ସିଂଙ୍କ ନିର୍ଦେଶକ୍ରମେ ସିଂହଦ୍ଵାର ଥାନା ପୋଲିସ ସହ ଅନ୍ୟ ଏକ ସ୍ବତନ୍ତ୍ର ଟିମ ଯୁଗ୍ମ ଭାବେ ଡ୍ରୋନକୁ କାବୁ କରିବାରେ ସଫଳ ହୋଇଥିଲେ ଦୁଇଟି ଟିମ ମିଶି ପୁରୀ ଦୋଳମଣ୍ଡପ ସାହି ନିକଟରୁ ଉକ୍ତ ଡ୍ରୋନକୁ କାବୁ କରିଥିଲେ ତଦନ୍ତରେ ଜଣାପଡ଼ିଛି ଯେ, ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର ୟଶବତ ମାଥୋ (୨୦) ନାମକ ଜଣେ ଯୁବକ ଡ୍ରୋନଟି ଉଡାଇଥିଲେ ତାଙ୍କୁ ସିଂହଦ୍ଵାର ଥାନାରେ ଅଟକ
ରଖାଯାଇଛି ଏବଂ ଏହି ଘଟଣା ସମ୍ବନ୍ଧରେ ଅ।ଇନଗତ ପଦକ୍ଷେପ ଗ୍ରହଣ କରାଯାଉଛି।ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଛି ଡ୍ରୋନ ଏହି ଡ୍ରୋନକୁ ସିଂହଦ୍ଵାର ଥାନା ପୁଲିସ ଜବତ କରିବା ସହ ଜଣକୁ ଅଟକ ରଖୁଛି। ଅଟକ ଯୁବକଙ୍କ ପରିଚୟ କଟକ କାଜିଢ଼ି ହର ମଧୁସୂଦନ ଷଡ଼ଙ୍ଗୀ ୨୫ ବୋଲି ଜଣାଯାଇଛି। ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ୁଥିବା ଜାଣି ପୁଲିସ ଧରିବାକୁ ଚେଷ୍ଟା କରିଥିଲା ଜହ୍ନିମୁଣ୍ଡିଅ। ଛକ ନିକଟରୁ ଏହି ଡ୍ରୋନ ଉଡ଼ୁଥୁବାର ପୁଲିସ ଜାଣିବାକୁ ପାଇଥୁଲା ପରେ ପୁଲିସ ଡ୍ରୋନ କୁ ଜବତ କରିଥିଲା ଶ୍ରୀମନ୍ଦିର ଉପରେ ବହୁଥର ଡ୍ରୋନ ଉଡିବା ଘଟଣା ନଜରକୁ ଅ ।ସିଛି ।
No comments yet.