ଦେଢଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ବ୍ରାଉନ ସୁଗାର ଜବତ, ଜଣେ ଗିରଫ - NILACHALA SAMACHAR
Article Image

ଦେଢଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

🗂 Crime | 🕒 28 Jan 2026, 16:03 IST

ପୁରୀ, ୨୭/୧ : କୁମ୍ଭାରପଡା ଥାନା ପୁଲିସ ୧୪ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଏହି ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ଦେଢଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ପୁଲିସ ସୂଚନା ଦେଇଛି l ଅଭିଯୁକ୍ତର ପରିଚୟ ଭିଆଇପି ରୋଡର ସେଚନ କୁମାର ଦାସ ୩୭ l ପୁଲିସ ଦ୍ବାରା “ଅପେରସନ ଚକ୍ର" ଆଧାରରେ ନିଶା କାରବାର କାରୀଙ୍କ ବିରୁଦ୍ଧରେ ଜାରିରହିଥିବା ଅଭିଯାନ କ୍ରମେ ପୁଲିସକୁ ଆଉ ଏକ ସଫଳତା ମିଳିଛି । ଆଜି ସକାଳେ କୁମ୍ଭାରପଡା ଥାନା ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ ଭିଆଇପି ରୋଡରେ ନିଶା କାରବାର ନେଇ ସୂଚନା ପାଇଥିଲା l ପରେ ସବ-ଇନ୍ସପେକ୍ଟର କୁନାଲ କୁମାରଙ୍କ ନେତୃତରେ ଏକ ପୁଲିସ ଟିମ ରେଲୱେ ଯାତ୍ରୀ ନିବାସ ନିକଟରେ ଚଢାଉ କରି ସନ୍ଦେହ ଜନକଭାବେ ବୁଲୁଥିବା ଅଭିଯୁକ୍ତ ସେଚନକୁ ପୁଲିସ ନେଇ ପଚରା କରାଯାଇ ଅଟକ ରଖାଯାଇଥିଲା l ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାର ତଲାସି ନେବାରେ ୧୪ ଗ୍ରାମ ଓଜନର ବ୍ରାଉନ ସୁଗାର ଯାହାର ଆନୁମାନିକ ମୂଲ୍ୟ ୧,୫୦,୦୦୦/-ଟଙ୍କା ହେବ ଜବତ କରାଯାଇଥିଲା l ଏଥିସହ ନଗଦ ୨୮,୩୭୦ ଟଙ୍କା ଓ ଏକ ମୋବାଇଲ ଜବତ କରଯାଇଥିଲା l ବେଆଇନ ନିଷ।ଦ୍ରବ୍ୟ କାରବାର ଅଭିଯୋଗରେ ଅଭିଯୁକ୍ତ ବିରୁଦ୍ଧରେ NDPS ଆଇନ ଅନୁସାରେ ଏକ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: