ଶୋଇବା ଘରୁ ଲକ୍ଷାଧିକ ଟଙ୍କା ଚୋରି, ଜଣେ ଗିରଫ - NILACHALA SAMACHAR
Article Image

ଶୋଇବା ଘରୁ ଲକ୍ଷାଧିକ ଟଙ୍କା ଚୋରି, ଜଣେ ଗିରଫ

🗂 Crime | 🕒 28 Jan 2026, 16:12 IST


ପୁରୀ, ୨୭/୧ : ଶୋଇବା ଘର ଭିତରୁ ଖଟ ପିଲର ତଳୁ ଲକ୍ଷାଧିକ ଟଙ୍କା ଚୋରି ଅଭିଯୋଗରେ ପେଣ୍ଠକଟା ମେରାଇନ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ଗୋପାଳପୁର ଜଗନ୍ନାଥପୁର ପାଟଣାର ବାବୁ ଓରଫ ଚନ୍ଦନ ପ୍ରଧାନ ୨୦ l ଅଭିଯୁକ୍ତ ନିକଟରୁ ୨୬, ୫୦୦ ଟଙ୍କା, ଏକ ବାଇକ, ମୋବାଇଲ ଓ ଏକ ସ୍କୃ ଡ୍ରାଇଭର ଜବତ କରାଯାଇଛି l ଗତ 

୨୪ତାରିଖ ରାତି ୯ ଟାରେ ଗୋପାଳପୁର ଜଗନ୍ନାଥପୁର ପାଟନାର ସ୍ୱର୍ଗତ ଗୁଣ୍ଡିଚା ସାହୁଙ୍କ ପୁଅ ପ୍ରଫୁଲ୍ଲ ସାହୁ, ବୟସ-୭୫ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ l ସେ ଅଭିଯୋଗ କରିଥିଲେ ଯେ ତାଙ୍କ ଶୋଇବା ଘରେ ଖଟ ବିଛଣା ଏବଂ ତକିଆ ତଳେ ୪,୦୦,୦୦୦ ଟଙ୍କା ରଖିଥିଲେ l ହେଲେ ସେ ଟଙ୍କା ଚୋରି ହୋଇଯାଇଥିଲା ବୋଲି ଅଭିଯୋଗ କରିଥିଲେ l ଅଭିଯୋଗ କ୍ରମେ ୭/୨୦୨୬ ନମ୍ବରରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା। ତଦନ୍ତ ସମୟରେ ଅଭିଯୁକ୍ତ ବାବୁ ଓରଫ ଚନ୍ଦନ ପ୍ରଧାନ (୨୦)କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା l ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଯାଇଥିଲା।

💬 Leave a Comment

🗨️ Approved Comments

No comments yet.

🔗 Share this article: