ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ ଘଣ୍ଟା ଜଗା ଦର୍ଶନ ବନ୍ଦ - NILACHALA SAMACHAR
Article Image

ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ ଘଣ୍ଟା ଜଗା ଦର୍ଶନ ବନ୍ଦ

🗂 Art & Culture | 🕒 11 Feb 2026, 16:33 IST

ପୁରୀ ୧୧/୨ : ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ । ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି । ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ବନକଲାଗି ନୀତି ଆରମ୍ଭ ହେବ । ଫାଲଗୁନ କୃଷ୍ଣ ଦଶମୀ ତିଥିରେ ଅନୁଷ୍ଠିତ ହେବ ବନକ ଲାଗି ନୀତି । ଏହା ଗୁପ୍ତନୀତି ହୋଇଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

💬 Leave a Comment

🗨️ Approved Comments

No comments yet.

🔗 Share this article: