ଜାଗର ଯାତ୍ରା ନେଇ ଏସପିଙ୍କ ସମୀକ୍ଷା - NILACHALA SAMACHAR
Article Image

ଜାଗର ଯାତ୍ରା ନେଇ ଏସପିଙ୍କ ସମୀକ୍ଷା

🗂 Local | 🕒 12 Feb 2026, 01:29 IST


ପୁରୀ, ୧୧/୨ : ଆସନ୍ତା ପଙ୍କୋଦ୍ଧାର ଏକାଦଶୀ ଓ ଜାଗର ଉପଲକ୍ଷେ ଶ୍ରୀ ଲୋକନାଥ ଦେବ ମନ୍ଦିରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁମାନଙ୍କ ଆଗମନ ହେବ l ଏହି ପରିପ୍ରେକ୍ଷିରେ ମଙ୍ଗଳବାର ସନ୍ଧ୍ୟାରେ ଏସପି ପ୍ରତୀକ ସିଂ ଲୋକନାଥ ମନ୍ଦିର ପରିସରରେ ଲାଇନ୍ ଦର୍ଶନ ଏବଂ ପରମାଣିକ ଦର୍ଶନ ପାଇଁ କରାଯାଇଥିବା ବାରିକେଡିଂ ବ୍ୟବସ୍ଥାର ସମୀକ୍ଷା କରିଥିଲେ l ଶ୍ରଦ୍ଧାଳୁମାନଙ୍କୁ ସୁବିଧାଜନକ, ସୁସଂଗଠିତ ଏବଂ ସୁରକ୍ଷିତ ଦର୍ଶନ ସୁନିଶ୍ଚିତ କରିବା ନିମନ୍ତେ ମନ୍ଦିର ସେବାୟତମାନଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇଥିଲା। ଭିଡ଼ ନିୟନ୍ତ୍ରଣ, ଲାଇନ୍ ପରିଚାଳନା, ପାର୍କିଂ ବ୍ୟବସ୍ଥା, ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ପରମାଣିକ ଦର୍ଶନ ପାଇଁ ଅଲଗା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା l ଶ୍ରଦ୍ଧାଳୁମାନଙ୍କ କୌଣସି ଅସୁବିଧା ନହେବ ଏବଂ ଶାନ୍ତିଶୃଙ୍ଖଳା ବଜାୟ ରଖି ସମସ୍ତ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ପାଇଁ ଏସପି ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ l ଏହି ଅବସରରେ ଅତିରିକ୍ତ ଏସ୍‌ପି ସଚିନ୍ ପଟେଲ, ସିଟି ଡିଏସ୍‌ପି ରଶ୍ମିରଞ୍ଜନ ମହାପାତ୍ର, ଟ୍ରାଫିକ୍ ଡିଏସ୍‌ପି ରାଜକୁମାର ପରିଡା ଏବଂ ବାସେଳିସାହି ଥାନାର ଆଇଆଇସି ପ୍ରମୁଖ ଉପସ୍ଥିତ ଥିଲେ।

💬 Leave a Comment

🗨️ Approved Comments

No comments yet.

🔗 Share this article: