🗂 Local | 🕒 11 May 2025, 19:49 IST
ଏଥିରେ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ଅତିରିକ୍ତ ଏସ୍ପି ଶ୍ରୀ ସୁଶିଲ ମିଶ୍ର, ଅତିରିକ୍ତ ଏସ୍ପି ଶ୍ରୀ ସଚିନ ପଟେଲ, ଅତିରିକ୍ତ ଏସ୍ପି ଶ୍ରୀ ସୌମ୍ୟରଞ୍ଜନ ମଲ୍ଲିକ, ଡିଏସପି (ସିଟି) ଶ୍ରୀ ପ୍ରଶାନ୍ତ କୁମାର ସାହୁ, ସମୁଦ୍ରକୁଳ ଥାନା ଅଧିକାରୀ ଶ୍ରୀ ମନସ ଚକ୍ର ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ
ଏହି ବ୍ରିଫିଙ୍ଗର ଉଦ୍ଦେଶ୍ୟ ହେଉଛି ବିଚ୍ ସୁରକ୍ଷା ବଢ଼ାଇବା, ଲାଇଫଗାର୍ଡଙ୍କ କ୍ଷମତା ବିକାଶ କରିବା ଓ ଆପାତକାଳୀନ ପରିସ୍ଥିତିରେ ତ୍ୱରିତ ପ୍ରତିକ୍ରିୟା ଦେବା ପାଇଁ ସଚେତନ କରିବା। ଅତିରିକ୍ତ ସ୍ସପି ଶ୍ରୀ ସୁଶୀଲ ମିଶ୍ର ଲାଇଫଗାର୍ଡମାନଙ୍କ ଭୂମିକାକୁ ବଡ଼ ମୂଲ୍ୟ ଦେଇ କହିଛନ୍ତି ଯେ ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥା ରଖିବାରେ ସେମାନେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ ଗ୍ରହଣ କରୁଛନ୍ତି।
ଲାଇଫଗାର୍ଡମାନେ ସମୟ ପାଳନ, ଜାଗୃତ ଓ ଉପଯୁକ୍ତ ସାଜସଜ୍ଜା ସହିତ ଡ୍ୟୁଟିରେ ଥିବା ଉପରେ ଜୋର ଦିଆଯାଇଛି।
ସମୁଦ୍ର ରେ ଉଚ୍ଚରେ ଜୁଆର ଓ ଭିଡ଼ ହୋଇଥିବା ଅଞ୍ଚଳର ନିୟମିତ ଡିଉଟି ସଠିକ ଭାବେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଯେକୌଣସି ଆପଦା ସମୟରେ ସିବିଚ୍ ଓ ବାଲିଆପଣ୍ଡା ଥାନା ସହ ତ୍ୱରିତ ଯୋଗାଯୋଗ କରିବା ଉପରେ ଗୁରୁତ୍ୱ।
ପର୍ବ ପର୍ବାଣି, ଛୁଟି ସମୟରେ ବିଶେଷ ସତର୍କତା ରଖିବା।
ପର୍ଯ୍ୟଟକଙ୍କୁ ନିୟମିତ ଭାବରେ ସୁରକ୍ଷିତ ସ୍ନାନ କ୍ଷେତ୍ର ବିଷୟରେ ଅବଗତ କରାଯିବ।
ରେଡ ଜୋନ ଚିହ୍ନିତ କରି ରେଡ୍ ଫ୍ଲାଗ୍ ଓ ସାଇନବୋର୍ଡ୍ ସହିତ ଚିହ୍ନିତ କରାଯିବ।
CPR ଓ ପ୍ରଥମ ସାହାଯ୍ୟ ବିଷୟରେ ନିୟମିତ ମଉକ ଡ୍ରିଲ୍ ଓ ପୁନଃପ୍ରଶିକ୍ଷଣ।
ଆମ୍ବୁଲାନ୍ସ ଓ ନିକଟସ୍ଥ ହସ୍ପିଟାଲ୍ ସହ ଯଥାପ୍ରକାର ସମନ୍ୱୟ ବୃଦ୍ଧି କରାଯିବ।
ବ୍ୟବହାର ଓ ଆଚରଣ:
ଲାଇଫଗାର୍ଡମାନେ ଉପଯୁକ୍ତ ଉନିଫର୍ମ ଓ ID କାର୍ଡ ସହ ଉପସ୍ଥିତ ରହିବେ।
ଶିସ୍ଟ ଆଚରଣ, ଶିଷ୍ଟାଚାର ଓ ଅନାବଶ୍ୟକ ଗୋଷ୍ଠୀକରଣରୁ ବଚିବା ଉପରେ ଜୋର କରାଗଲା।
ପୂର୍ବରୁ ଲାଇଫଗାର୍ଡମାନେ କରିଥିବା ସଫଳ ଉଦ୍ଧାର କାର୍ଯ୍ୟର ସ୍ଥୁତି କରି Addl.SP ପୁରୀ କହିଥିଲେ ଯେ, “ଲାଇଫଗାର୍ଡମାନେ ସମୁଦ୍ରର ପ୍ରଥମ ପ୍ରତିକ୍ରିୟାଦାତା ଭାବେ ପର୍ଯ୍ୟଟକ ଓ ଦର୍ଶନାର୍ଥୀଙ୍କ ଜୀବନ ରକ୍ଷା କରି ଥିବା ଦ୍ୱାରା ପୁରୀ ଜିଲ୍ଲା ଓ ଓଡ଼ିଶା ର ଗରିମା ବଢ଼ାଇଛନ୍ତି।” ସେ ତାଙ୍କୁ ସାହସ, ଦୟା ଓ ନିଷ୍ଠା ସହିତ ଦାୟିତ୍ୱ ପାଳନ କରିବାକୁ ଉତ୍ସାହିତ କରିଥିଲେ।
No comments yet.