🗂 Local | 🕒 13 May 2025, 01:37 IST
ପୁରୀରର ପ୍ଲାଟଫର୍ମରେ ବସିଥିବାବେଳେ ଚାଲିଗଲା ଜୀବନ ।ମୃତ ବୃଦ୍ଧା ହେଉଛନ୍ତି ରାଜସ୍ଥାନ ଉଦୟପୁରର ଅରବିନ୍ଦ ସିଂହ ଶକ୍ତାୱତଙ୍କ ସ୍ତ୍ରୀ ୭୨ ବର୍ଷୀୟାଉଷା ଶକ୍ତାୱତ୍।ପରିବାର ସହ ପୁରୀରେ ଚାଲିଥିବା ଶ୍ରୀମଦ୍ ଦେବୀ ଭାଗବତ କଥା ଜ୍ଞାନ ଯଜ୍ଞରେ ଯୋଗ ଦେବାକୁ ଆସିଥିଲେ।ଆଜି ଟ୍ରେନ ଯୋଗେ ରାଜସ୍ଥାନ ଫେରିବାକୁ ପ୍ଲାଟଫର୍ମରେ ଅପେକ୍ଷା କରିଥିବାବେକେ ଅପରାହ୍ନରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ପରିବାର ଲୋକେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ତେବେ ତାଙ୍କର ଶବ ବ୍ୟବଚ୍ଛେଦ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ।କିନ୍ତୁ ପରିବାର ଲୋକେ ଶବ ବ୍ୟବଚ୍ଛେଦ ନ କରିବା ପାଇଁ ଜିଦ୍ ଧରିଥିଲେ।ଖବର ପାଇଁ କୁମ୍ଭାରପଡ଼ା ଥାନା ଆଇଆଇସିଙ୍କ ସହ ସିଟି ଡିଏସପି ଓ ପୁରୀ ସିଡିଏମଓ ପହଞ୍ଚିଥିଲେ।ତେବେ ଆଲୋଚନା କରାଯାଇ ଶେଷରେ ଶବ ବ୍ୟବଚ୍ଛେଦ ନ କରିବାକୁ ନିଷ୍ପତି ହୋଇଥିଲା।
No comments yet.