🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ଼ ଅନୁଷ୍ଠିତ ହୋଇଯାଇଛି। - NILACHALA SAMACHAR
Article Image

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ଼ ଅନୁଷ୍ଠିତ ହୋଇଯାଇଛି।

🗂 Health | 🕒 18 Mar 2026, 00:28 IST

ପୁରୀ ୧୮/୩ : ହସ୍ପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ ଘଟିଲେ କିଭଳି ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିବ ସେନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁରୀ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ଼ ଅନୁଷ୍ଠିତ ହୋଇଯାଇଛି। ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ବିଭିନ୍ନ ଅତ୍ୟାଧୁନିକ ଉପକରଣ ବ୍ୟବହାର କରି ହସ୍ପିଟାଲ ଆଇସିୟୁ ରୁ କିଭଳି ରୋଗୀଙ୍କୁ ଉଦ୍ଧାର କରିହେବ ସେନେଇ ମକଡ୍ରିଲ୍ ପ୍ରଦର୍ଶନ କରିଥିଲେ। ସେହିପରି ହସ୍ପିଟାଲ କର୍ମଚାରୀଙ୍କୁ ମଧ୍ୟ ଅଗ୍ନିକାଣ୍ଡ ଘଟିଲେ ଏହାକୁ କିଭଳି ଆୟତ୍ତ କରିହେବ ସେନେଇ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ହସ୍ପିଟାଲର କର୍ମଚାରୀ ମାନେ ନିଜେ ଅଗ୍ନି ନିର୍ବାପକ ଯନ୍ତ୍ର ଧରି ଅଗ୍ନିକାଣ୍ଡ କୁ କିଭଳି ରୋକି ହେବ ସେନେଇ ଅଭ୍ୟାସ କରିଥିଲେ‌। ତେବେ ହସ୍ପିଟାଲରେ ଅଗ୍ନିକାଣ୍ଡ ସମୟରେ ଭୟଭୀତ ନହୋଇ କର୍ମଚାରୀ ମାନେ ହସ୍ପିଟାଲର ଆଲାରାମ୍ ସୁଇଚ୍ ଚିପିବା ପରେ ପାଖରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ରରେ ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ଅଧିକାରୀ ପରାମର୍ଶ ଦେଇଥିଲେ। ଅଗ୍ନିକାଣ୍ଡ ଘଟିଲେ ୧୧୨ ନଂ କୁ ଫୋନ୍ କରି ତତ୍କାଳ ଜଣାଇବାକୁ ପରାମର୍ଶ ଦିଆଯାଇଥିଲା। କଟକ ବଡ଼ ମେଡ଼ିକାଲରେ ଅଗ୍ନିକାଣ୍ଡ ଘଟଣା ଘଟି ରୋଗୀଙ୍କ ମୃତ୍ୟୁ ପରେ ତତ୍ପର ହୋଇ ଉଠିଛି ପୁରୀ ଜିଲ୍ଲା ପ୍ରଶାସନ। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ପ୍ରକାର ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି। 



ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଅନେକ ସାହି ଗଳିକନ୍ଦିରେ ଛତୁ ଫୁଟିଲା ଭଳି ଶହ ଶହ ଲଜ୍ ଏବଂ ହୋମ୍ ଷ୍ଟେ ରହିଛି। ରାସ୍ତା ସଂକୀର୍ଣ୍ଣ ହୋଇଥିବାରୁ ଅଗ୍ନିକାଣ୍ଡ ଘଟିଲେ ଅଗ୍ନିଶମ ଗାଡ଼ି ମଧ୍ୟ ସେଠାରେ ପହଞ୍ଚି ପାରିବ ନାହିଁ। ତେବେ ଦୁର୍ଭାଗ୍ୟର ବିଷୟ ଏହି ସବୁ ସାହି ଗଳିକନ୍ଦିରେ ଥିବା ଲଜ୍ ଓ ହୋମ୍ ଷ୍ଟେ ଗୁଡିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନାହିଁ। ଶହ ଶହ ଯାତ୍ରୀଙ୍କ ଜୀବନ ଏବେ ବାଜିରେ ଲାଗିଛି। ଅଗ୍ନି ନିର୍ବାପକ ବ୍ୟବସ୍ଥା କରିନଥିବା ଲଜ୍, ଗେଷ୍ଟ ହାଉସ ଓ ହୋମ୍ ଷ୍ଟେ ବିରୁଦ୍ଧରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନିହାତି ଆବଶ୍ୟକ ରହିଛି ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି। ସେପଟେ ଅଗ୍ନିଶମ ବିଭାଗ ଅଧିକାରୀ କହିଛନ୍ତି ନିୟମ ଉଲଘଂନ କାରୀ ଲଜ୍, ହୋଟେଲ ଗୁଡ଼ିକୁ ଅଗ୍ନିଶମ ବିଭାଗ ପକ୍ଷରୁ ନୋଟିସ କରାଯାଇଛି। ତେବେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଶିଘ୍ର କାର୍ଯ୍ୟକାରୀ ନକଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 


 

 ପୁରୀ ସହରରେ ଶହ ଶହ ହୋଟେଲ ରହିଥିବାବେଳେ ପ୍ରତିଦିନ ଏଠାରେ ହଜାର ହଜାର ଯାତ୍ରୀ ମଧ୍ୟ ରହୁଛନ୍ତି। ତେଣୁ ଯାତ୍ରୀଙ୍କ ସୁରକ୍ଷା ପାଇଁ ପୁରୀ ସହରରେ ଥିବା ଲଜ୍ ଏବଂ ହୋଟେଲ ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବାର ଆବଶ୍ୟକତା ରହିଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: