🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ପୁଣି ସମୁଦ୍ରରେ ବୁଡ଼ିଗଲେ ପର୍ଯ୍ୟଟକ , ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କଲେ ଲାଇଫ୍ ଗାର୍ଡ଼ - NILACHALA SAMACHAR
Article Image

ପୁଣି ସମୁଦ୍ରରେ ବୁଡ଼ିଗଲେ ପର୍ଯ୍ୟଟକ , ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କଲେ ଲାଇଫ୍ ଗାର୍ଡ଼

🗂 Local | 🕒 22 Mar 2026, 15:11 IST

ପୁରୀ ୨୨।୦୩ : ସମୁଦ୍ରରେ ପୁଣି ଅଘଟଣ । ସମୁଦ୍ରରେ ସ୍ନାନ କରୁଥିବା ବେଳେ ବୁଡ଼ିଗଲେ ପର୍ଯ୍ୟଟକ । ପୁରୀ ସମୁଦ୍ର କୂଳ ସେକ୍ଟର-୧୪ରେ ଘଟିଛି ଏହି ଅଭାବନୀୟ ଘଟଣା ।


ଖବର ଅନୁଯାୟୀ, ପଶ୍ଚିମବଙ୍ଗର କିଛି ପର୍ଯ୍ୟଟକ ପୁରୀ ବୁଲିବାକୁ ଆସିଥିଲେ । ପୁରୀ ବୁଲାବୁଲି ପରେ ସମୁଦ୍ରରେ ଗାଧୋଇବାକୁ ଯାଇଥିଲେ । ସମୁଦ୍ର କୂଳ ସେକ୍ଟର-୧୪ ନିକଟରେ ଏକାଠି କିଛି ଲୋକ ଗାଧେଉଥିବା ବେଳେ ଘଟିଲା ଅଘଟଣ । ହଠାତ୍ ପାଣିର ପ୍ରଖର ସୁଅ ଜଣେ ପର୍ଯ୍ୟଟକଙ୍କୁ ଟାଣି ନେଇଥିଲେ । ଯାହାଫଳରେ ସେ ଚିତ୍କାର କରିଥିଲେ । ଏହି ଚିତ୍କାର ଶୁଣି ଘଟଣାସ୍ଥଳରେ ଥିବା ଲାଇଫ୍ଗାର୍ଡ ମାନେ ତୁରନ୍ତ ସମୁଦ୍ର ମଧ୍ୟ ଯାଇଥିଲେ । ତୁରନ୍ତ ଭାସିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ । ଏହାପରେ ଉଦ୍ଧାର ପର୍ଯ୍ୟଟକ ଚିକିତ୍ସା ନିମନ୍ତେ ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲା । ସେ ସୁରକ୍ଷିତ ଥିବା ଜଣାପଡିଛି । ତେବେ ପର୍ଯ୍ୟଟକ ଜଣଙ୍କ ପଶ୍ଚିମବଙ୍ଗର ଦେବାଶିଷ ସିଂ ବୋଲି ଜଣାପଡିଛି ।

💬 Leave a Comment

🗨️ Approved Comments

No comments yet.

🔗 Share this article: