🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା, ରୋଗୀ ହନ୍ତସନ୍ତ - NILACHALA SAMACHAR
Article Image

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା, ରୋଗୀ ହନ୍ତସନ୍ତ

🗂 Health | 🕒 24 Mar 2026, 21:34 IST

ପୁରୀ, ୨୪/୩ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯେଉଁ ସବୁ ଅବ୍ୟବସ୍ଥା ଅଛି ତାହା ନ କହିଲେ ନ ଚଳେ l ଏହି ଅବ୍ୟବସ୍ଥା ଯୋଗୁଁ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି l ଚାଲିପାରୁନଥିବା ରୋଗୀ ଚିକିତ୍ସାଳୟକୁ ଆସିଲେ ସାମାନ୍ୟ ହୁଇଲି ଚେୟାର କି ଷ୍ଟ୍ରେଚର ଖଣ୍ଡେ ପାଉନାହିଁ l ଏଣେତେଣେ ହୁଇଲି ଚେୟାର ବା ଷ୍ଟ୍ରେଚର ଚିକିତ୍ସାଳୟରେ ପଡ଼ିଥିବା ନଜରକୁ ଆସିଛି l ସବୁ ଭାଙ୍ଗିରୁଜି ଯାଇଥିବା ଜଣାପଡୁଛି l ଏଥିପ୍ରତି କାହାରି ଧ୍ୟାନ ରହୁନାହିଁ l ପୁରୀ ଗୋଟେ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ସହରକୁ ଲକ୍ଷାଧିକ ପର୍ଯ୍ୟଟକଙ୍କ ଆଗମନ ହେଉଛି l ରୋଗୀ ସଂଖ୍ୟା ଅଧିକ ହେଲେ ଭଲ ଚିକିତ୍ସା ସୁବିଧା ମିଳୁନାହିଁ l ଯେ କୌଣସି ରୋଗୀ ଆସିଲେ କୌଣସି ସହଯୋଗ ସହାୟତା ମିଳୁନାହିଁ l ଡାକ୍ତର ଲେଖୁଥିବା ଔଷଧ ତାହା ନିରାମୟରେ ଉପଲବ୍ଧ ନାହିଁ l ଏଥିପାଇଁ ଗରିବ ଶ୍ରେଣୀର ରୋଗୀ ନିରାମୟରୁ ଔଷଧ ନପାଇ ବାଧ୍ୟ ହୋଇ ବାହାରୁ ଟଙ୍କା ଦେଇ ଔଷଧ କ୍ରୟ କରୁଛି l ସରକାରଙ୍କ ପକ୍ଷରୁ ସବୁ ରୋଗରେ ଔଷଧ ନିରାମୟରେ ବ୍ୟବସ୍ଥା ଥିବା ବେଳେ ସବୁ ଔଷଧ ଠିକ ଭାବେ ରହୁନାହିଁ l ଏନେଇ ଚିକିତ୍ସାଧିକାରୀଙ୍କ ସହ ଯୋଗାଯୋଗ କରାଯିବରେ ସେ କହିଥିଲେ ହୁଇଲି ଚେୟାର ଓ ଷ୍ଟ୍ରେଚର ଅଛି l ନିରାମୟରେ କଣ ଔଷଧ ଅଛି କି ନାହିଁ ତାହା ଯାଞ୍ଚ କରାଯିବ ବୋଲି କହିଥିଲେ l ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ଯଦି ମୁଖ୍ୟ ଚିକିତ୍ସାଳୟରେ ଏପରି ଘୋର ଅବ୍ୟବସ୍ଥା ଦେଖାହେବ ଏଥିପାଇଁ କିଏ ଦାୟୀ ସେ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: