ଖେଳଣା ବନ୍ଧୁକରୁ ଫାଙ୍କା ଗୁଳି ଚଳାଇ ରିଲ୍ଡ, ଯୁବକ ଅଟକ - NILACHALA SAMACHAR
Article Image

ଖେଳଣା ବନ୍ଧୁକରୁ ଫାଙ୍କା ଗୁଳି ଚଳାଇ ରିଲ୍ଡ, ଯୁବକ ଅଟକ

🗂 Local | 🕒 04 Apr 2026, 16:50 IST



ପୁରୀ, ୪ /୪ : ଖେଳଣା ବନ୍ଧୁକରୁ ଫାଙ୍କା ଗୁଳି ଚାଳନା କରିବା ସହ ରିଲ୍ପ କରିଥିବା ଜଣେ ଯୁବକକୁ ଶୁକ୍ରବାର ପୁରୀ ଟାଉନ ଥାନା ପୁଲିସ ଅଟକ ରଖୁଛି । ସେ ଶୀତଳପିଣ୍ଡା ସାହିର କୃଷ୍ଣ କୁମାର ପଣ୍ଡା ବୋଲି ପୁଲିସ ସୂଚନା ଦେଇଛି। ଫାଙ୍କା ଗୁଳିଚାଳନାର ଭିଡିଓ ରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ସେ ପ୍ରଘଟ କରିଥିଲା। ସେତିକି ନୁହେଁ, ପକେଟରେ ଖେଳନା ବନ୍ଧୁକ ରଖ୍ ଖଳନାୟକ ଶୈଳୀରେ ସେ ରିଲ୍ସ କରିଥିଲା । ଫାଙ୍କା ଗୁଳି ଚାଳନା ଭିଡିଓ ପ୍ରଘଟ ପରେ ପୁଲିସ ଖୋଳତାଡ଼ ଆରମ୍ଭକରିଥିଲା। ‘ଶ୍ରୀଧର ଏକ୍ସ ଭିଲିଆନ ଗ୍ରୁପ୍' ସମ୍ପର୍କରେ ତ‌ଥ୍ୟ ସଂଗ୍ରହ କରାଯାଇ ସମ୍ପୃକ୍ତ ଯୁବକକୁ ଅଟକ ରଖାଯାଇଛି। ୧୧ ଶହ ଟଙ୍କା ଦେଇ ଅନ୍‌ଲାଇନରେ ସେ ଏହି ଖେଳନା ବନ୍ଧୁକ କିଣିଥିବା ପୁଲିସକୁ କହିଛି। ସମ୍ପୃକ୍ତ ଯୁବକ ବିରୋଧରେ ଅନ୍ୟ କୌଣସି ଅପରାଧ ମାମଲା ରହିଛି କି ନାହିଁ ସେନେଇ ତଦନ୍ତ କରାଯାଉଥ‌ିବା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହ ପ୍ରକାଶ କରିଛନ୍ତି।

💬 Leave a Comment

🗨️ Approved Comments

No comments yet.

🔗 Share this article: