🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ଏସକଫ ସିରଫ ଜବତ, ଜଣେ ଗିରଫ - NILACHALA SAMACHAR
Article Image

ଏସକଫ ସିରଫ ଜବତ, ଜଣେ ଗିରଫ

🗂 Crime | 🕒 07 Apr 2026, 12:09 IST

ପୁରୀ, ୭/୪ : ମଙ୍ଗଳାଘାଟ ବାଇପାସ ରାସ୍ତା ସାହା କଲେଜ ନିକଟରେ ବେଆଇନ କଫସିରଫ କାରବାର କରିବା ଅଭିଯୋଗରେ ବାସେଳୀସାହି ଥାନା ପୁଲିସ ଜଣକୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ମିଶ୍ରସାହିର ବବି ଓରଫ କୁଳଦୀପ ବାନାର୍ଜୀ ୨୩ l ଅଭିଯୁକ୍ତ ନିକଟରୁ ୧୦୦ ଏମଏଲର ୪୬ଟି କଫସିରଫ ବୋତଲ ଜବତ କରିଛି ପୁଲିସ l ଅଭିଯୁକ୍ତ ବେଆଇନ ଭାବେ କଫସିରଫ କାରବାର କରିବା ବେଳେ ପାଟ୍ରୋଲିଂ ପୁଲିସ ମାଡି ବସିଥିଲା l ପରେ ୧୧୮/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା l ଅଭିଯୁକ୍ତ ବିରୁଦ୍ଧରେ ପୂର୍ବରୁ ବାସେଳୀସାହି ଥାନା ଓ ଟାଉନ ଥାନାରେ ବିଭିନ୍ନ ମାମଲା ରହିଥିବା ପୁଲିସ ସୂଚନା ଦେଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: