🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ଭିତରକାଠ ନିକଟରେ ପଡ଼ିଥିଲା ରକ୍ତ - NILACHALA SAMACHAR
Article Image

ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ଭିତରକାଠ ନିକଟରେ ପଡ଼ିଥିଲା ରକ୍ତ

🗂 Art & Culture | 🕒 07 Apr 2026, 12:16 IST

ପୁରୀ ୦୭।୦୪ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ। ଭିତର କାଠ ନିକଟରେ ରକ୍ତ ପଡ଼ିଥିବାରୁ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ହୋଇଛି। ବଡ଼ ମହାସ୍ନାନ ଲାଗି ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି


ଖବର ଅନୁଯାୟୀ, ମଙ୍ଗଳ ଆଳତୀ ପରେ ବଡ଼ଦେଉଳରେ ଚାଲିଥିଲା ମହାପ୍ରଭୁଙ୍କ ଦର୍ଶନ । ଏହି ସମୟରେ ଶ୍ରୀମନ୍ଦିର ଭିତରକାଠ ନିକଟରେ ରକ୍ତ ପଡ଼ିଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ଜଣାଯାଇଥିଲା । ପ୍ରଶାସନ ଏବଂ ସେବାୟତଙ୍କ ନିଷ୍ପତ୍ତି ଅନୁସାରେ ବଡ଼ଦେଉଳରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ହୋଇଥିଲା । ଯାହାଫଳରେ କିଛି ସମୟ ପାଇଁ ସାଧାରଣ ଦର୍ଶନରେ କଟକଣା ଲଗାଯାଇଛି । ବଡ଼ ମହାସ୍ନାନ ଶେଷ ପରେ ପୁନର୍ବାର ମହାପ୍ରଭୁଙ୍କ ଦର୍ଶନ ସୁରୁଖୁରୁରେ ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

💬 Leave a Comment

🗨️ Approved Comments

No comments yet.

🔗 Share this article: