🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ବେଆଇନ ଏସକଫ ସିରଫ ଜବତ, ଜଣେ ଗିରଫ - NILACHALA SAMACHAR
Article Image

ବେଆଇନ ଏସକଫ ସିରଫ ଜବତ, ଜଣେ ଗିରଫ

🗂 Crime | 🕒 08 Apr 2026, 16:58 IST


ପୁରୀ, ୮/୪ : ବାସେଳୀସାହି ଥାନା ଅଂଚଳ ବାଲାଜୀ ମନ୍ଦିର ନିକଟରେ ବେଆଇନ ଭାବେ ଏସକଫ ସିରଫ କାରବାର କରିବା ଅଭିଯୋଗରେ ବାସେଳୀସାହି ଥାନା ପୁଲିସ ଜଣକୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ବଳଦେବସାହି ଅତିବଡ଼ି ନଗରର ଚୁଟିଆ ଓରଫ ଟୁଟୁ ମହାପାତ୍ର ୪୭ l ଅଭିଯୁକ୍ତ ନିକଟରୁ ୧୦୦ ଏମଏଲର ୪୯ଟି କଫସିରଫ ବୋତଲ, ଗୋଟିଏ ମୋବାଇଲ, ଗୋଟିଏ ବାଇକ ଓ ୬୦୦ଟଙ୍କା ଜବତ କରିଛି ପୁଲିସ l ଅଭିଯୁକ୍ତ ବେଆଇନ ଭାବେ କଫସିରଫ କାରବାର କରିବା ବେଳେ ପାଟ୍ରୋଲିଂ ପୁଲିସ ମାଡି ବସିଥିଲା l ପରେ ୧୨୧/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା l ଅଭିଯୁକ୍ତ ବିରୁଦ୍ଧରେ ପୂର୍ବରୁ ବାସେଳୀସାହି ଥାନା ଓ ଟାଉନ ଥାନାରେ ବିଭିନ୍ନ ଅପରାଧିକ ମାମଲା ରହିଥିବା ପୁଲିସ ସୂଚନା ଦେଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: