🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ରକ୍ତଦାନ ଶିବିର ଅନୁଷ୍ଠିତ,୩୦ ୟୁନିଟ ରକ୍ତ ସଂଗ୍ରହ - NILACHALA SAMACHAR
Article Image

ରକ୍ତଦାନ ଶିବିର ଅନୁଷ୍ଠିତ,୩୦ ୟୁନିଟ ରକ୍ତ ସଂଗ୍ରହ

🗂 Local | 🕒 09 Apr 2026, 16:01 IST


ପୁରୀ ୯/୪ : ଓଡ଼ିଆ ପକ୍ଷ ପାଳନର ୮ ମ ଦିବସରେ ଆଜି ପୁରୀ ଜିଲ୍ଲା ପ୍ରଶାସନ ରେଡକ୍ରସ ଶାଖା ପକ୍ଷରୁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଏହି ଶିବିର କୁ ଉଦଘାଟନ କରିବା ସହ ରକ୍ତ ଦାନ ଏକ ମହତ ଦାନ।ଏଥିପାଇଁ ରକ୍ତ ଦାନ କରି ପ୍ରମାଣ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ।ରକ୍ତ ର ସବୁବେଳେ ଆବଶ୍ୟକତା ରହିଛି।ଅନେକ ଅମୂଲ୍ୟ ଜୀବନ ରକ୍ତ ଅଭାବ ରୁ ନଷ୍ଟ ହୋଇ ଯାଉଛି।ବର୍ତ୍ତମାନ ଗୋଟିଏ ୟୁନିଟ ରକ୍ତ ରୁ ପୃଥକୀକରଣ ମାଧ୍ୟମରେ ଏକାଧିକ ଜୀବନ ରକ୍ଷା କରା ଯାଇପାରୁଛି।ତେଣୁ ପ୍ରତ୍ୟେକ ରକ୍ତ ଦାନ କରିବାକୁ ଶ୍ରୀ ବେହେରା ଆହ୍ୱାନ ଦେଇଥିଲେ।ଏହି ଶିବିର ରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡା ବିପିନ ବିହାରୀ ଖୁଣ୍ଟିଆ, ଡେପୁଟି କଲେକ୍ଟର ଅନୁଶ୍ରବ ଗନ୍ତାୟତ,ପ୍ରାକ୍ତନ ପ୍ରଶାସକ ପଦ୍ମନାଭ ପଣ୍ଡା,ସୂଚନା ଓ ଲୋକ ସମ୍ପର୍କରେ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ରକ୍ତ ଭଣ୍ଡାର ଅଧିକାରୀ ଦୀପକ କୁମାର ସାହୁ, ସାମାଜିକ ଅନୁଷ୍ଠାନ ସମର୍ପଣ ର ସମ୍ପାଦିକା ଜୟନ୍ତୀ ମହାପାତ୍ର,ସମ୍ପର୍କ ର ସମ୍ପାଦକ ସୌମେନ୍ଦ୍ର ଦାସ ,ସୁକାନ୍ତ କୁମାର ଦାଶ,ବାଇଧର ମହାପାତ୍ର ପ୍ରମୁଖ ଯୋଗ ଦେଇ ଶିବିର ପରିଚାଳନା କରିଥିଲେ।ଏହି ଶିବିର ରେ ସୂରଜମଲ୍ଲ ସାହା,ଶ୍ରୀଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟ ଓ କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ର ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ସ୍ବେଚ୍ଛାସେବୀ ମାନେ ରକ୍ତ ଦାନ କରିଥିଲେ।ଏହି ଅବସରରେ ସେଣ୍ଟ ଜନ ଆମ୍ବୁଲାନ୍ସ ର ମାଷ୍ଟର ଟ୍ରେନର ଗଣେଶ ବାରିକ ପ୍ରାଥମିକ ଚିକିତ୍ସା ସଚେତନତା ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ।ସର୍ବଜିତ୍ ଜେନା, ଶୁଭମ୍ ଦୋରା, ମନମୋହନ ସାହୁ, ବିଶ୍ୱନାଥ ନାୟକ, ସୌରଭ ପାତ୍ର, ପ୍ରିୟାଂଶୁ, ଦୁର୍ଯ୍ୟୋଧନ ଦାସ ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ କରିଥିଲେ।

💬 Leave a Comment

🗨️ Approved Comments

No comments yet.

🔗 Share this article: