🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ପରିକ୍ରମା ମାର୍ଗରେ କୁକୁର ଧରି ବୁଲିଲେ ଶ୍ରଦ୍ଧାଳୁ। - NILACHALA SAMACHAR
Article Image

ପରିକ୍ରମା ମାର୍ଗରେ କୁକୁର ଧରି ବୁଲିଲେ ଶ୍ରଦ୍ଧାଳୁ।

🗂 Local | 🕒 09 Apr 2026, 17:23 IST

ପୁରୀ, ୦୯/୦୪: ଭିତର ପରିକ୍ରମା ମାର୍ଗରେ କୁକୁର ଧରି ବୁଲିଲେ ଶ୍ରଦ୍ଧାଳୁ । ଏହାକୁ ନେଇ କିଛି ସେବାୟତ ଓ ଶ୍ରଦ୍ଧାଳୁ ବିରକ୍ତି ପ୍ରକାଶ କରିଥିଲେ । ପରେ ପୁଲିସ ପହଞ୍ଚି ଏହି ଶ୍ରଦ୍ଧାଳୁଙ୍କୁ ଏଠାରୁ କୁକୁର ସହ ପଳାଇ ଯିବାକୁ କହିଥିଲେ । ବୁଧବାର ଶ୍ରୀମନ୍ଦିର ଦକ୍ଷିଣ ପାଶ୍ୱର୍ ପରିକ୍ରମା ମାର୍ଗରେ ଏପରି ଉଦ୍ବେଗଜନକ ଦୃଶ୍ୟ ନଜର ଆସିଥିଲା ।

 

ବରିଷ୍ଠ ସେବାୟତ ସୁନୀଲ ପୂଜାପଣ୍ଡା କହିଛନ୍ତି, ପରିକ୍ରମା ମାର୍ଗରେ ଅଧ୍ୟାତ୍ମିକ ପରିବେଶ ବଜାୟ ରଖିବା ନିମନ୍ତେ ପ୍ରଶାସନ ଯତ୍ନବାନ ହେଉନି । ମହାପ୍ରଭୁଙ୍କ ଭକ୍ତିରେ ଲୀନ ଅନେକ ଶ୍ରଦ୍ଧାଳୁ ପରିକ୍ରମା ମାର୍ଗରେ ବସି ଭଜନ, କୀର୍ତ୍ତନ, ପ୍ରବଚନ, ଭାଗବତ ପାଠ କରୁଛନ୍ତି । ହଜାର ହଜାର ଶ୍ରଦ୍ଧାଳୁ ଛାଇରେ ବସି ଧ୍ୱଜା ବନ୍ଧା ଦେଖିବା ସହ ଆଧ୍ୟତ୍ମିକ ପରିବେଶରେ ଅଧିକ ସମୟ କାଟିବାକୁ ଇଛା କରୁଛନ୍ତି । ହେଲେ ଭିତର ପରିକ୍ରମା ମାର୍ଗର ସୁରକ୍ଷା ବ୍ୟବସ୍ଥାକୁ ପ୍ରଶାସନ କଡ଼ାକଡ଼ି କରୁନି । ଭିତର ପରିକ୍ରମା ମାର୍ଗରେ ପଶିବା ନିମନ୍ତେ ଚାରିପାଶ୍ୱର୍ରେ ୧୦ରୁ ଅଧିକ ଗେଟ୍ କରାଯାଇଛି । ଏଠାରେ ସିକ୍ୟୁରିଟି ଓ ପୋଲିସ କର୍ମଚାରୀମାନେ ମୁତୟନ ରହୁଛନ୍ତି ।



ଡ୍ୟୁଟି ଠିକ୍ ଭାବେ କରାଯାଉନଥିବାରୁ ଗେଟ୍ ଡେଇଁ ଭିତର ପରିକ୍ରମା ମାର୍ଗର ଆଧ୍ୟାତ୍ମିକ ପରିବେଶକୁ ଅନେକ ସଚେତନ ନଥିବା ବ୍ୟକ୍ତି ନଷ୍ଟ କରୁଛନ୍ତି । ଶୁଦ୍ଧପୁତ ଅବସ୍ଥାରେ ମହାପ୍ରଭୁଙ୍କ ସାନିଧ୍ୟ ନେବା ନିମନ୍ତେ ଏଠାକୁ ଲୋକେ ଆସିବା କଥା । ହେଲେ କୁକୁର ଧରି ଶ୍ରଦ୍ଧାଳୁ ବେଶରେ ଲୋକେ ପଶିବା ଅତି ଉଦ୍ବେଗର ବିଷୟ । ଏଠାରେ ଲୋକେ ଚପଲ ପିନ୍ଧି ମଧ୍ୟ ମହାପ୍ରସାଦ ଖାଉଛନ୍ତି । ଅଶ୍ଲୀଳ ରିଲ୍ସ କରୁଛନ୍ତି । ଏହାକୁ ରୋକ୍ ଲଗାଗଲେ ଭିତର ପରିକ୍ରମା ମାର୍ଗରେ ଆଧ୍ୟାତ୍ମିକ ପରିବେଶ ବଜାୟ ରହିପାରିବ ବୋଲି ଶ୍ରୀ ପୂଜାପଣ୍ଡା କହିଛନ୍ତି ।

💬 Leave a Comment

🗨️ Approved Comments

No comments yet.

🔗 Share this article: