🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ରିଲ୍ସ ନିଶା, ଚପଲ ପିନ୍ଧି ନନ୍ଦା ଓ ଭଦ୍ରା ଉପରେ ଫିଲ୍ମ ଗୀତରେ ପ୍ରେମୀ ଯୁଗଳଙ୍କ ରିଲ୍ସ - NILACHALA SAMACHAR
Article Image

ରିଲ୍ସ ନିଶା, ଚପଲ ପିନ୍ଧି ନନ୍ଦା ଓ ଭଦ୍ରା ଉପରେ ଫିଲ୍ମ ଗୀତରେ ପ୍ରେମୀ ଯୁଗଳଙ୍କ ରିଲ୍ସ

🗂 Local | 🕒 09 Apr 2026, 20:12 IST

ପୁରୀ, ୦୯/୦୪: ନନ୍ଦା ଓ ଭଦ୍ରା ଉପରେ ରିଲ୍ସ କଲେ ପ୍ରେମୀ ଯୁଗଳ । ଦିନ ଦ୍ୱିପ୍ରହରରେ ଘଟିଛି ଘଟଣା । ପ୍ରେମରେ ପାଗଳ ଯୁବକ ଯୁବତୀଙ୍କ ଏହି ରିଲ୍ସ ଏବେ ଭାଇରାଲ ହୋଇଛି । ନରେନ୍ଦ୍ରରେ ବର୍ଷେ ହେବ ବୁଡ଼ି ରହିଥିବା ନନ୍ଦା ଓ ଭଦ୍ରା ଡଙ୍ଗାକୁ ସେବାୟତମାନେ ଭିତରୁ କାଢ଼ି କୂଳରେ ଥୋଇଥିଲେ । ଏହାକୁ ତେଲ ଓ ରଙ୍ଗ ଦିଆଯିବା ପରେ ଚନ୍ଦନଯାତ୍ରାରେ ମହାପ୍ରଭୁଙ୍କ ଚାପରେ ବ୍ୟବହାର ହେବାର ଥିଲା । ତେବେ ଡଙ୍ଗା ସୁରକ୍ଷାରେ କେହି ନଥିବା ବେଳେ ରିଲ୍ସ ବାଉଳା ଏହି ପ୍ରେମୀ ଯୁଗଳ ଚପଳ ପିନ୍ଧି ଏହା ଉପରେ ସବାର ହୋଇ ଫିଲ୍ମ ଗୀତର ତାଳେତାଳେ ଏକ୍ସପ୍ରେସନ ଦେଇ ଭିଡିଓ କରିଛନ୍ତି ।




💬 Leave a Comment

🗨️ Approved Comments

No comments yet.

🔗 Share this article: