🗂 Crime | 🕒 05 May 2026, 15:59 IST
ପୁରୀ, ୫/୫ : କଣାସ ଅଞ୍ଚଳରେ ଘଟିଥିବା ଏକ ନିର୍ମମ ହତ୍ୟା ଉଦ୍ୟମ ଘଟଣାରେ ତିନିଦିନ ପରେ କଣାସ ଥାନା ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ହେଲେ ଦୋକନ୍ଦା ଗ୍ରାମର ଧର୍ମା ଓରଫ ଧର୍ମ ନିରଞ୍ଜନ ବଡଜେନା ୨୧, ସାହାଣ ଗ୍ରାମର ବାପି ଓରଫ ଚନ୍ଦ୍ରକାନ୍ତ ଜେନା ୩୯, ତେନ୍ତୁଳିମୂଳ ଗ୍ରାମର ପିଣ୍ଟୁ ଓରଫ ଚିନ୍ମୟ ଗଜେନ୍ଦ୍ର ୨୦ ଓ ସିରେଇ ଗ୍ରାମର ଅଜୟ ବଳିଆରସିଂ l ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ମାଛକଟା ପନିକ ସହ ମୋବାଇଲ ଜବତ କରାଯାଇଛି l ଘଟଣା ସହ ଜଡିତ ଅନ୍ୟ ୩ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ପୁଲିସ ପକ୍ଷରୁ ସୂଚନା ମିଳିଛି ଯେ ପୂର୍ବ ସତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ଘଟିଥିଲା। ଗତ ୨ ତାରିଖ ସନ୍ଧ୍ୟା ପ୍ରାୟ ସକାଳ ୮.୩୫ ସମୟରେ ଗୋଳା ବଜାରରେ ବଡାସ ଗ୍ରାମର ମୃତ୍ୟୁଞ୍ଜୟ ଭାରିମଲଙ୍କୁ ୭ ଜଣ ଦୁର୍ବୃତ ମିଶି ମରଣାତ୍ମକ ଆକ୍ରମଣ କରିଥିଲେ। ମୃତ୍ୟୁଞ୍ଜୟଙ୍କୁ ପନିକରେ ହାଣିବା ସହ ଗାଡି ମଡ଼ାଇ ହତ୍ୟା ପାଇଁ ଉଦ୍ୟମ କରିଥିଲେ l ଗୁରୁତର ଆହତ ମୃତ୍ୟୁଞ୍ଜୟ ବର୍ତ୍ତମାନ ଏମସ୍ରେ ଚିକିତ୍ସାଧୀନ ଅଛନ୍ତି। ଏହି ଆକ୍ରମଣ ଘଟଣା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା l ଏହି ଘଟଣାକୁ ଗୁରୁତ୍ୱ ଦେଇ ପୋଲିସ୍ ତଦନ୍ତ ଜୋରଦାର କରିଥିବା ବେଳେ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୩ ଜଣ ଏଏସଆଇଙ୍କୁ ବଦଳି କରାଯାଇଛି l ପରେ ୪ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l
No comments yet.