🗂 Crime | 🕒 05 May 2026, 16:19 IST
ପୁରୀ, ୫/୫ : ଡକାୟତି ପାଇଁ ଯୋଜନା କରିବା ଓ ଧରିବା ବେଳେ ପୁଲିସକୁ ଛାତରୁ ଠେଲିଦେବା ଅଭିଯୋଗରେ ଚନ୍ଦନପୁର ଥାନା ପୁଲିସ ୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅଭିଯୁକ୍ତ ଦ୍ବୟଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି l ଅଭିଯୁକ୍ତ ଦ୍ବୟଙ୍କ ପରିଚୟ ଚନ୍ଦନପୁର ଦାମୋଦର ପୁରର ବାଉନ ଓରଫ ସନ୍ତୋଷ କୁମାର ସାହୁ ୨୩ ଓ କାଳିଆ ଓରଫ କାଳନ୍ଦୀ ଦେଓ ୨୩ l ଅଭିଯୁକ୍ତଙ୍କ ଠାରୁ ୪ଟି ହାତ ତିଆରି ବୋମା, ଗୋଟିଏ ଛୁରୀ, ଗୋଟିଏ ଆଇରନ ରଡ଼, ଦିଆସିଲି, ଖାଲି ମଦ ବୋତଲ ଆଦି ଜବତ କରାଯାଇଛି l ଘଟଣାରୁ ପ୍ରକାଶ ଯେ 3 ଜଣ ଅସାମାଜିକ ଯୁବକ ନିଲୁ ବରାଳ, ସନ୍ତୋଷ କୁମାର ସାହୁ ଓ କାଳନ୍ଦୀ ଦେଓ ଏକାଠି ହୋଇ ଡକାୟତି ପାଇଁ ଯୋଜନା କରୁଥିଲେ l ଏନେଇ ଚନ୍ଦନପୁର ଥାନା ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ଚଢ଼ାଉ କରିଥିଲେ l ଚଢ଼ାଉ ବେଳେ ଦୁଇଜଣ ଅଭିଯୁକ୍ତ ଧରାପଡ଼ିଥିଲେ l ଦୁର୍ଦାନ୍ତ ଅପରାଧୀ ନିଲୁ ବରାଳ ଖସିଯିବା ପାଇଁ ଉଦ୍ୟମ କଲାବେଳେ ପୁଲିସ ମାଡି ବସିଥିଲା l ପରେ ନିଲୁ ଜଣେ ପୁଲିସ କର୍ମଚାରୀଙ୍କୁ ଛାତ ଉପରୁ ତଳକୁ ଠେଲିଦେଇଥିଲା l ଏଥିରେ ସେ ନିଜେ ପଡି ମଧ୍ୟ ଆହତ ହୋଇଥିଲା l ପୁଲିସ କର୍ମଚାରୀ ଓ ନିଲୁ ଉଭୟ ଆହତ ହୋଇଥିଲେ l ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା l ପରେ ଗିରଫ ୨ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ୯୮/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା l
No comments yet.