🗂 Crime | 🕒 05 May 2026, 16:24 IST
ପୁରୀ, ୫/୫ : ଲୋକନାଥ ରୋଡ କୁସୁନି ଖୁଣ୍ଟିଆ ଜାଗା ନିକଟରେ ପାସେଞ୍ଜର ଅଟୋ ଓ ସ୍ଥାନୀୟ ଦୋକାନୀଙ୍କ ଠାରୁ ଦାଦାବଟି ଆଦାୟ ଅଭିଯୋଗରେ ଟାଉନ ଥାନା ପୁଲିସ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଦ୍ବୟ ହେଲେ ଚକ୍ରକୋଟ ଲେନର ଦେବ ଓରଫ ଦେବେନ୍ଦ୍ର ଦାଶ ୪୦ ଓ ନାରାୟଣୀ ଲେନର ଚିଣ୍ଟୁ ଓରଫ ରାଜକିଶୋର ନାୟକ ୨୪ l ଅଭିଯୁକ୍ତ ଦ୍ବୟଙ୍କ ଠାରୁ ଏକ ବାଇକ ୪ହଜାର ୧୦୦ଟଙ୍କା, ଏକ ଫୋନ ଓ ୨ଟି କଟୁରୀ ଜବତ କରାଯାଇଛି l ଅଭିଯୁକ୍ତ ଦ୍ବୟ ଦାଦାବଟି ଆଦାୟ ବେଳେ ପୁଲିସ ଚଢ଼ାଉ କରି ଗିରଫ କରିଥିଲା l ୨୯୫/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ବୟକୁ କୋର୍ଟ ଚାଲାଣ କରାଯାଇଥିଲା l
No comments yet.