ମଧୁବନ ରେ ବିଳମ୍ବିତ ରାତିରେ ଆସି ତାଡି ନେଇଗଲେ ପାଣି ମିଟର ସାହି ବାସିନ୍ଦା ହେଲେ ହନ୍ତସନ୍ତ - NILACHALA SAMACHAR
Article Image

ମଧୁବନ ରେ ବିଳମ୍ବିତ ରାତିରେ ଆସି ତାଡି ନେଇଗଲେ ପାଣି ମିଟର ସାହି ବାସିନ୍ଦା ହେଲେ ହନ୍ତସନ୍ତ

🗂 Crime | 🕒 07 May 2026, 20:20 IST

ପୁରୀ ୭/୫ : ପାଣି ମିଟର ଚୋରି । ପୋଲିସକୁ ଦୁର୍ବୁତ୍ତଙ୍କ ଖୋଲା ଚାଲେଞ୍ଜ ପୁରୀ ର ମଧୁବନ ଛକ ନିକଟରୁ ରାତି ଅଧିଆ ଚୋରି କରିଲେ ପାଣି ମିଟର । ପାଣି ନ ପାଇଁ ସକାଳୁ ଡହଳ ବିକଳ ହେଲେ ସାହି ବାସିନ୍ଦା । ସୂଚନାଯୋଗ୍ୟ କି ପୁରୀର ମଧୁବନ ଛକ ଠାରୁ ଆରମ୍ଭ କରି ଲେନ ୧ ,୨ , ୩ ,୪ ଓ ୫ ରୁ ୧୦୦ ରୁ ଉର୍ଢ଼ ମିଟର ଚୋରି ଅଭିଯୋଗ । ଯାହା ଏହି ସିସିଟିଭି ରେ ଦୃଶ୍ୟ ରହିଛି ତାହା ସମ୍ପୂର୍ଣ ଭାବେ ଜଣାପଡୁଛି ଗୋଟେ ବାଇକ ଯୋଗେ ୩ ଜଣ ଦୁର୍ବୁତ୍ତ ଆସି ଗାଡି ରଖି ଜଣେ ଦୁର୍ବୁତ୍ତ ଆସିକି ମିଟର ଟି କୁ ତାଡି ନେଇ ଯାଉଛନ୍ତି। ଯାହା ଫଳରେ ଏବେ ସାହିବାସିନ୍ଦା ସକାଳୁ ସକାଳୁ ପାଣି ନ ପାଇ ପୁରୀ watco କୁ ଯୋଗାଯୋଗ କରିଥିଲେ ଆଉ ଏହା ପରବର୍ତ୍ତୀ ସମୟରେ ମରାମତି ହୋଇଥିଲା । ଅନ୍ୟପଟେ ଏହି ଘଟଣା ର ଖବର ପାଇ ପୁରୀ ତାଲବଣିଆ ଥାନା ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: