🗂 Crime | 🕒 10 May 2026, 11:15 IST
ପୁରୀ, ୧0/୫ : ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ହତ୍ୟା ମାମଲାକୁ ପରିବର୍ତ୍ତନ କରି ସଦର ଥାନା ପୁଲିସ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଦ୍ବୟଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି l ଅଭିଯୁକ୍ତ ଦ୍ବୟଙ୍କ ପରିଚୟ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଂଚଳର ପିଣ୍ଟୁ ମାଝୀ ୨୪ ଓ ସଦର ଥାନା ଅନ୍ତର୍ଗତ ଖଡ଼ିପଦା ଗ୍ରାମର ଡଗରା ଓରଫ ଅକ୍ଷୟ ରାଉତ ୨୦ l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଗତ ୧ ଓ ୨ତାରିଖ ରାତ୍ରରେ କୋଇଲାଅଡା ଛକ ଚିଣ୍ଟୁ ଓରଫ ଅନିଲ ରଞ୍ଜନ ପାଣି ନାମକ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା l ଘଟଣା ସ୍ଥଳରେ ଏକ ଭଙ୍ଗା ବାଇକ ପଡିଥିଲା l ଚିଣ୍ଟୁଙ୍କ ଭାଇ ସୁନୀଲ ଚିଣ୍ଟୁଙ୍କୁ ଜିଲ୍ଲା ଚିକିତ୍ସାଲୟକୁ ଆଣିଥିଲେ ଲ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ ସଦରଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିଲେ । ସୁନୀଲ ମୃତ୍ୟୁ ଘଟଣା ନେଇ ଥାନାରେ ଅଭିଯୋଗ କରିଥିଲେ l ତେବେ ବିଭିନ୍ନ ସୂତ୍ରରୁ ପୁଲିସ ମୃତ୍ୟୁର କାରଣ ଖୋଜୁଥିବାବେଳେ ପରିବାର ଓ ଅନ୍ୟ ଲୋକଙ୍କ କଥାରେ ତାଳମେଳ ରହୁନଥିବାରୁ ଚିଣ୍ଟୁ ମୃତ୍ୟୁ ସନ୍ଦେହ ଘେରରେ ରହିଥିଲା l ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟା ମାମଲାକୁ ପରିବର୍ତ୍ତନ ହୋଇ ୨୬୬/୨୦୨୬ ନମ୍ବର ମାମଲା ରୁଜୁ ହୋଇଥିଲା l ତଦନ୍ତ ପରେ ସତ୍ୟତା ଜଣାପଡିଥିଲା l ଚିଣ୍ଟୁ ତାଙ୍କ ସାଙ୍ଗର ଏକ ବିବାହ ଭୋଜିକୁ ଯାଇଥିଲେ ସେଠାରୁ ଆଉ ଘରକୁ ଫେରିବା ବେଳେ ଖଡ଼ିପଦା ଠାରେ କେତେକ ଯୁବକ ତାଙ୍କ ଗାଡିକୁ ଧକ୍କା ଦେଇ ଲୁହା ରଡରେ ଆକ୍ରମଣ କରିଥିଲେ l ଏଥିରେ ଚିଣ୍ଟୁ ନିସ୍ତେଜ ହୋଇ ପଡ଼ିଥିଲେ l ପରେ ତାଙ୍କ ଭାଇ ଉଦ୍ଧାର କରି ମେଡିକାଲ ନେଇଥିଲେ l ଡାକ୍ତର ମୃତ ଘୋଷଣା କରିଥିଲେ l ଚିଣ୍ଟୁଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିଥିଲା l ସଦର ଥାନା ପୁଲିସ ରିପୋର୍ଟକୁ ଆଧାର କରି ହତ୍ୟା ମାମଲାରେ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଏହି ମାମଲାରେ ଅନ୍ୟ ମାନଙ୍କ ସମ୍ପୃକ୍ତିକୁ ନେଇ ଅଧିକ ତଦନ୍ତ କରାଯାଉଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି l
No comments yet.