ସ୍ୱର୍ଗଦ୍ୱାରରେ ଜଣେ ମୃତକଙ୍କ ଶବ ସତ୍କାରକୁ ନେଇ ବିବାଦ ସୃଷ୍ଟି ହୋଇଛି। - NILACHALA SAMACHAR
Article Image

ସ୍ୱର୍ଗଦ୍ୱାରରେ ଜଣେ ମୃତକଙ୍କ ଶବ ସତ୍କାରକୁ ନେଇ ବିବାଦ ସୃଷ୍ଟି ହୋଇଛି।

🗂 Local | 🕒 10 May 2026, 14:51 IST

ପୁରୀ ୧୦/୫ : ସ୍ୱର୍ଗଦ୍ୱାରରେ ଜଣେ ମୃତକଙ୍କ ଶବ ସତ୍କାରକୁ ନେଇ ବିବାଦ ସୃଷ୍ଟି ହୋଇଛି। ମୃତକଙ୍କ ପରିବାର ପୁରୀ ସ୍ୱର୍ଗଦ୍ୱାରରେ ଦାହ ସଂସ୍କାର କରିବାକୁ ଜିଦରେ ଅଟଳ ଥିବା ବେଳେ, ମୃତକ ଖ୍ରୀଷ୍ଟ ଧର୍ମାବଲାମ୍ବୀ ହୋଇଥିବାରୁ ସ୍ୱର୍ଗଦ୍ୱାର କର୍ତ୍ତୃପକ୍ଷ ଶବ ସତ୍କାର ପାଇଁ ମନା କରିଥିବା ସୂଚନା ମିଳିଛି.ତହସିଲଦାରଙ୍କ ସମସ୍ତ ସରକାରୀ ରେକର୍ଡରେ ମୃତକ ଖ୍ରୀଷ୍ଟ ଧର୍ମର ହୋଇଥିବା ଉଲ୍ଲେଖ ରହିଥିବା ଜଣାପଡ଼ିଛି। ଏହାକୁ ଆଧାର କରି ସ୍ୱର୍ଗଦ୍ୱାର ସେବା ସମିତି ପକ୍ଷରୁ ଶବ ଦାହ ପାଇଁ ଆପତ୍ତି ଉଠାଯାଇଛି।ଏହି ଘଟଣାକୁ ନେଇ ମୃତକଙ୍କ ଭଣଜା ମଳୟ କୁମାର ସାହୁ ସ୍ୱର୍ଗଦ୍ୱାର ସେବା ସମିତି ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ସେ ମୃତକ ଖ୍ରୀଷ୍ଟ ଧର୍ମର ହୋଇଥିବାରୁ ସ୍ୱର୍ଗଦ୍ୱାରରେ ଶବ ଦାହ ନ କରାଯାଉ ବୋଲି ଦାବି କରିଛନ୍ତି।ଘଟଣାକୁ ନେଇ ସ୍ୱର୍ଗଦ୍ୱାର ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି।


💬 Leave a Comment

🗨️ Approved Comments

No comments yet.

🔗 Share this article: